ଗୋବିନ୍ଦପୁର ଠାରେ ୧୪ତମ ସାମୁହିକ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ


ନୂଆପଡ଼ା, (ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗତ ଜନନୀ ମାଁ ଲଷ୍ମୀ ଠାକୁରାଣୀ ଙ୍କ ୧୪ ତମ ସାମୁହିକ ମହାଲକ୍ଷ୍ମୀ ପୂଜା ମହାଶମାରୋହରେ ପାଳନ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ୪ ଟାରେ କଲସ ଯାତ୍ରା ଆରମ୍ଭ କରିଥିଲେ।କଲସ ଯାତ୍ରା ରେ ୨୦୦ ସହ ଜଣ ମହିଳା ମାନେ ଭାଗ ନେଇଥିଲେ। ଏହି ପୂଜା ୦୬/୧୨/୨୨ ଠାରୁ ଆରମ୍ଭ କରି ୧୦/୧୨/୨୨ ପର୍ଯ୍ୟନ୍ତ ଚାଲିରହିବ। ଉକ୍ତ ପୂଜା ରେ ମୋତିରାମ ବନ୍ଦିଛୋର ଓ ତାଙ୍କ ଧର୍ମ ପତ୍ନୀ ପଦ୍ମାବତୀ ବନ୍ଦିଛୋର କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ପୂଜକ ଶ୍ରୀଯୁକ୍ତ ଦୟାନିଧି ଯୋଶୀ ସୁନ୍ଦର ଭାବେ ପୂଜାର୍ଚ୍ଚନା କରି ପୂଜା କୁ ଆଗେଇ ନେଇଥିଲେ। ସାମୁହିକ ମହାଲକ୍ଷ୍ମୀ ପୂଜା କମିଟି ଗୋବିନ୍ଦପୁର ର ସମସ୍ତ କର୍ମ କର୍ତ୍ତା ଓ ଗୋବିନ୍ଦପୁର ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ। ଏବଂ ପ୍ରତ୍ୟେକ ରାତ୍ର ମନୋରଞ୍ଜନ ପାଇଁ ଦଣ୍ଡନୃତ୍ୟ ଓ ନାଟକ କାର୍ଯ୍ୟକ୍ରମ ରଖାଯାଇଛି। ବହୁ ଦୁର ଦୁରାନ୍ତ ରୁ ଭକ୍ତ ମାନେ ଆସି ମାଁ ଙ୍କ ଦର୍ଶନ ଓ ପ୍ରସାଦ ସେବନ କରି ଆନନ୍ଦ ଉଲ୍ଲାସ ର ସହ ପୂଜା ଦେଖୁଛନ୍ତି। 

Post a Comment

Previous Post Next Post