ସୋନପୁର ଓମସାର କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଡାକ୍ତର ନରେନ୍ଦ୍ର କୁମାର ମେହେର ସଭାପତି, ଡକ୍ତର ସୁବାସ ଚନ୍ଦ୍ର ପଣ୍ଡା ସଂପାଦକ ାା


ସୁବର୍ଣ୍ଣପୁର (ଗଣପତିବାଘ) ଓଡିଶା ମେଡିକାଲ ସେବା ସଂଘ ସୁବର୍ଣ୍ଣପୁର ଶାଖାର ସାଧାରଣ ପରିଷଦ ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ କେନ୍ଦ୍ରଠାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସର୍ବ ସମ୍ମତି କ୍ରମେ ଡାକ୍ତର ନରେନ୍ଦ୍ର କୁମାର ମେହେର ସଭାପତି ଏବଂ ଡାକ୍ତର ସୁବାସ ଚନ୍ଦ୍ର ପଣ୍ଡା ସଂପାଦକ ଭାବେ ମନୋନୀତ ହୋଇଥିଲେ। ସଭାରେ ଡାକ୍ତରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିବା ବେଳେ ସଂଘର ରାଜ୍ୟ ଶାଖା ମାଧ୍ୟମରେ ତାହା ସରକାରଙ୍କ ନଜରକୁ ଆଣିବାକୁ ନିଷ୍ପତ୍ତି ନିଆଗଲା। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ମଂଚାସୀନ ଥିବାବେଳେ ଅନେକ ଡାକ୍ତର ଏହି ସଭାରେ ଉପସ୍ଥିତ ଥିଲେ। ଓମସା ସୁବର୍ଣ୍ଣପୁର ଶାଖାର ବିଦାୟୀ ସଂପାଦକ ଡାକ୍ତର ନନ୍ଦ କିଶୋର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post