ସ୍ତ୍ରୀ କୁ ଭୁଜାଲିରେ ହାଣି ସ୍ବାମିର ଆତ୍ମହତ୍ୟା , ସ୍ତ୍ରୀ ଗୁରୁତର ଅହତ ହୋଇ ସୋନପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି


ସୁବର୍ଣ୍ଣପୁର (ଗଣପତିବାଘ) ସ୍ତ୍ରୀକୁ ମାରଣାନ୍ତକ ଆକ୍ରମଣପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ। ଏଭଳି ଏକ ବିଭତ୍ସ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ଜଣକ ସମ୍ବଲପୁର ଛିପିଲିମା ଅଂଚଳର ବନ୍ତୋଷ ଗଣ୍ଡ ହୋଇଥିବା ବେଳେ ଗୁରୁତର ଥିବା ତାଂକ ପତ୍ନୀ ହେଲେ ପାଲିଗାଁର ରଂଜିତା ଗଣ୍ଡ। ଆଜି ସକାଳୁ କୌଣସି ଏକ କାରଣରୁ ପାଲିଗାଁସ୍ଥିତ ରଂଜିତାଂକ ବାପ ଘରେ ଉଭୟ ସ୍ବାମୀ ଓ ସ୍ତ୍ରୀଂକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବନ୍ତୁୋଷ ରଂଜିତାଂକୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ତାଂକ ଭୁଜାଲି ଆକ୍ରମଣରେ ରଂଜିତା ଗୁରୁତର ଓ ରକ୍ତାକ୍ତ ହୋଇଥିଲା । ରଂଜିତାକୁ ଗୁରତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଂଜିତାଂକ ଅବସ୍ଥା ଏବେ ସ୍ବଭାବିକ ରହିଛି । ସେପଟେ ବନ୍ତୋଷ ଶଶୁର ଘରେ ଏକ କଠୋରୀରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଛି । ବୀରମହାରାଜପୁର ପୋଲିସ ଖବର ପାଇ ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି ।

Post a Comment

Previous Post Next Post