ପଖନମୁଣ୍ଡା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ପରିଚାଳନା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କୈବଲ୍ୟ ମାଝୀ, ଶିକ୍ଷକ ମନୋଜ କୁମାର ତାଣ୍ଡି, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର କମ୍ୟୁନିଟି ମୋବିଲାଇଜର ଶ୍ରୀ ବିଜୁଦାସ ମହାନନ୍ଦ, ସାଧନକର୍ମୀ ଶ୍ରୀ ନରେଶ ତାଣ୍ଡି, ବିଦ୍ୟାଳୟର ଭୂତପୂର୍ବ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ଶ୍ରୀ ଦାଶ ମୋ ସ୍କୁଲ ଅଭିଯାନର ଆଭିମୁଖ୍ୟ କହିଥିଲେ।ଉପସ୍ଥିତ ସମସ୍ତେ ସମସ୍ତ ବିଷୟ ବୁଝିବା ପରେ ଏକ କମିଟି ଗଠନ କରାଯାଇଥିଲା।ଶ୍ରୀ କ୍ଷୀରୋଜ କୁମାର ମାଝୀଙ୍କୁ ସର୍ବସମ୍ମତି କ୍ରମେ ଆଲୁମନି ସଭାପତି ଭାବେ ମନୋନୟନ କରାଯାଇଥିଲା।ପରବର୍ତ୍ତି ସମୟରେ ଆଲୁମନି ମାନଙ୍କ ଠାରୁ ଆର୍ଥିକ ସହଯୋଗ ଆଣି ମିଳିତ ଖାତାରେ ଜମା କରିବାକୁ ନିଷ୍ପତ୍ତି ନିଆଗଲା।ତାପର ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ର କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା।ଫାଉଣ୍ଡେସନ ଦ୍ୱାରା ଆସିଥିବା ଶିକ୍ଷଣ ସାମଗ୍ରୀ କୁ ବ୍ୟବହାର କରି ଶିକ୍ଷା ଦାନ ଦେବାକୁ ଶିକ୍ଷାମିତ୍ରମାନଙ୍କୁ କୁହାଗଲା।ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନେ କିପରି ବିଦ୍ୟାଳୟକୁ ନିୟମିତ ଆସିବେ ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ଦାଶ ଅନୁରୋଧ କରିଥିଲେ।

Post a Comment

Previous Post Next Post