ଖରଭୂଇଁ ଠାରେ ଚାଲିଥିବା ପଥର କ୍ବାରୀ ଓ କ୍ରସର ବିରୋଧି ଆନ୍ଦୋଳନରେ ସାମିଲ ହେବ ସିପିଆଇ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା ) ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ବୌଦ୍ଧ ଜିଲ୍ଲାପରିଷଦ ବୈଠକ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ଜିଲ୍ଲା ସହସମ୍ପାଦକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶୋକ ପ୍ରସ୍ତାବ ସହ ବିଭିନ୍ନ କାମଦାମ ର ରିପୋର୍ଟ ଉପସ୍ଥାପନ କରିଥିଲେ ଜିଲ୍ଲା ସମ୍ପାଦକ ଭୀମସେନ ଘିବିଲା । ଏହାପରେ ରାଜ୍ୟକାର୍ଯ୍ୟକାରୀ କମିଟି ସଭ୍ୟ ସାଥି ଦାମୋଦର ବେହେରା ସଂପ୍ରତି ବିଜୟଓ୍ବାଡା ଠାରେ ଅନୁଷ୍ଠିତ ହୋଇଥିବା ପାର୍ଟି କଂଗ୍ରେସରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରସ୍ତାବ ଗୁଡିକ ଉପରେ ବିଶେଷ କରି ସମସ୍ତଙ୍କ ପାଇଁ ସମାନ ଶିକ୍ଷା ,ଓ ଶିକ୍ଷା ଶେଷରେ ନିଯୁକ୍ତିର ଅଧିକାର ଓ ଚିକିସ୍ଛାର ମୌଳିକ ଅଧିକାର ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଦାନ ଦାବୀରେ ଓ ଶ୍ରମ ଆଇନ ସଂଶୋଧନ ପ୍ରତ୍ୟାହାର କୃଷକକୁ ସାମିଜିକ ସୁରକ୍ଷା ଆଇନ ପ୍ରଣୟଣ ପ୍ରଭୃତି ଦାବୀରେ ଦେଶତମାମ ଲଢେଇ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ ।



ଏବଂ ବୌଦ୍ଧ ଜିଲ୍ଲାରେ ସଂପ୍ରତି ଖରଭୂଇଁ ଠାରେ ଚାଲିଥିବା ପଥର କ୍ବାରୀ ଓ କ୍ରସର ବନ୍ଦ ଦାବୀରେ ଚାଲିଥିବା ଆନ୍ଦୋଳନରେ ସିପିଆଇ ବୌଦ୍ଧ ଜିଲ୍ଲାକମିଟି ସାମିଲ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଭିନ୍ନ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ନେତ୍ରାନନ୍ଦ କହଁର ଭୀକାରୀ ଭୋଇ ହାଡିବନ୍ଧୁ ବେହେରା ହିରଣ୍ୟ ଦୀପ ଶସାଙ୍କ ପୃଷ୍ଟି ସନିଆ ବେହେରା ଜୟନ୍ତ ଦେହୁରୀ ସତ୍ୟନାରାୟଣ ସାହୁ ଅଞ୍ଜଳି ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ତୁରନ୍ତ ପାର୍ଟି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଦାବୀପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ପରିଶେଷରେ ଏକ ପ୍ରତିନିଧିଦଳ ଖରଭୂଇଁ ଠାରେ ଚାଲିଥିବା ଗଣଧାରଣା ସ୍ଥଳରେ ପହଞ୍ଚି ନିଜର ଆନ୍ଦୋଳନ ପ୍ରତି ସଂହତି ପ୍ରଦାନ ସ୍ବରୁପ ଗ୍ରାମବାସୀଙ୍କ ଆନ୍ଦୋଳନକୁ ପାର୍ଟି ପକ୍ଷରୁ ସମର୍ଥନ ଘୋଷଣା କରିଥିଲେ ।

Post a Comment

Previous Post Next Post