ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ବନ କର୍ମଚାରୀ ଙ୍କୁ ସଂଘବଦ୍ଧ ଅକ୍ରମଣ : ଫରେଷ୍ଟର ଗୁରୁତର


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ କୌଡିଆମୁଣ୍ଡା ସେକ୍ସନ ସାହାଜବାହାଲ ଖାତୀପଡ଼ା ଠାରେ ବିନିକା ବନକର୍ମଚାରିଙ୍କ ଉପରେ ଗ୍ରାମର କିଛି ଦୁର୍ବୃତ୍ତଙ୍କ ଦ୍ୱାରା ଆକ୍ରମଣ । ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ବନକର୍ମଚାରି ସ୍କ୍ୱାର୍ଡ ଗଛ ଖୋଜିବାକୁ ଯାଇ ଆକ୍ରମଣ ର ଶିକାର ହୋଇଛନ୍ତି । ଫଳରେ କୌଡ଼ିଆମୁଣ୍ଡ ଫରେଷ୍ଟର ମିତ୍ରଭାନୁ ସିଂ ଦଳପତି ଗୁରୁତର ହେବା ସହ ୪ ଜଣ ବନ କର୍ମଚାରୀ ବୃନ୍ଦାବନ ସା , ସୁନନ୍ଦ ଭୁଏ, ସମ୍ପଦ ଲବଣୀ ଓ ସୁରେନ୍ଦ୍ର ସାହୁ ପ୍ରମୁଖ ଆହତ ହୋଇଛନ୍ତି। ସମସ୍ତ କର୍ମଚାରୀ ଙ୍କୁ ବିନିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି । ଆଜି ବିଶ୍ଵସ୍ତ ସୂତ୍ର ରୁ ବିନିକା ବନ କର୍ମଚାରୀ ସ୍କ୍ୱାର୍ଡ ଖାତିପଡ଼ା କେନାଲ ପାଣି ଭିତରୁ ବହୁ ପରିମାଣ ର ଶାଗୁଆନ ଗଛ ଉଦ୍ଧାର କରି ବାଞ୍ଜିପାଳି ବିଟ ଅଫିସ କୁ ଆଣିଥିଲେ। ପରେ ବନ କର୍ମଚାରୀ ଖାତିପଡ଼ା ଗ୍ରାମ କୁ ଯାଇ ଅନୁସନ୍ଧାନ କରୁଥିବା ସମୟ ରେ ଏହି ଗ୍ରାମ ର କିଛି ଲୋକ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବନକର୍ମଚାରି ।

Post a Comment

Previous Post Next Post