ସୁବର୍ଣ୍ଣପୁର,(ଆଜତକ୍ ଓଡ଼ିଶା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଉଲୁଣ୍ଡା ଠାରେ ପୂର୍ବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୀପ ଲଗାଇ ଶୁଭାରମ୍ଭ କରିଥିଲେ ପୁରାତନ ଉପସଭାପତି ଚିତ୍ତରଂଜନ ପୂଜାରୀ ସମ୍ମାନୀତ ଅତିଥି ସତ୍ୟ ନାରାୟଣ ପୂଜାରୀ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ, ପଦ୍ମ ଲୋଚନ ଭୋଇ ପୁରାତନ ଆଚାର୍ଯ୍ୟ ,ମୁଖ୍ୟ ବକ୍ତା ବନମାଳୀ ପଣ୍ଡା ମତ ରଖିଥିଲେ ବିଦ୍ୟାଳୟ ର ଉନ୍ନତି କ୍ଷେତ୍ରରେ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି ଆଲୋକପାତ କରିଥିଲେ।ପୂର୍ବତନ ଆଚାର୍ଯ୍ୟ ହୃଷୀକେଶ ଦେହେରୀ, ବିଶ୍ଵନାଥ ନାଏକ, ଚନ୍ଦ୍ର ଶେଖର କର୍ଣ୍ଣ, ଆଚାର୍ଯ୍ୟା ରୁବି ମିଶ୍ର ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମର ସଭାପତି ଲବ ଭରାସାଗର ପ୍ରଧାନ ଆଚାର୍ଯ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଉଲୁଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଯୋଜକ ରଜତ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ।
ପୂର୍ବ ଛାତ୍ର ସଂଗଠନ ର ସଂପାଦକ ଶେତମ ମେହେର, ସଭାପତି ସତ୍ୟନାରାୟଣ ମିଶ୍ର ,ପରିଚାଳନା ସମିତି ର ସଭ୍ୟା ସୂଜାତା ସାମଲ, ସଂଗିତାରାଣି ଭୁକ୍ତା ଯୋଗ ଦେଇ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଉସ୍ସାହିତ କରିଥିଲେ। ସମସ୍ତ ପୂର୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଏହି ପବିତ୍ର ଦିନରେ ପଣ୍ଡିତ ଗୋପବନ୍ଧୁ ଦାସ ଜୟନ୍ତୀ ଅବସରରେ ବିଦ୍ୟାଳୟ ପରିସରରେ ସେବାକାର୍ଯ୍ୟ କରାଯାଇଥିଲା ଏହାକୁ ପରିଚାଳନା କରିଥିଲେ ଆଚାର୍ଯ୍ୟ ହୃଷିକେଶ ଦେହେରୀ । ବିଦ୍ୟାଳୟ ର ସମସ୍ତ ସେବକ ସେବିକା ଓ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ସମସ୍ତ ପୂର୍ବ ଛାତ୍ର ଛାତ୍ରୀ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ ଅଭିଳାଷ ନାଏକ, ଦେବାଶିଷ ମହାକୁର,ଅଭିନବ ବସ୍ତିଆ, ପ୍ରିତମ ପ୍ରଧାନ, ଦେବସ୍ମିତା ପୁରୋହିତ,ଆଡିକ୍ନା ମେହେର, କୃତିବାସ ମହାକୁର, ବିଶ୍ଵନାଥ କର୍ମି,ମୋଷମ ହୋତା, ଅଲିଭା ସେଟ୍, ପ୍ରାଚୀ ପରମିତା ସ୍ୱାଇଁ, ସ୍ବପ୍ନାରାଣି ମେହେର, ଶ୍ରାବଣି ରଣା, ଅରଧେନ୍ଦୁ ପୁରୋହିତ, ସମ୍ୟ ରଂଜନ ପୂଜାରୀ ଶେଷରେ ବିଦ୍ୟାଳୟ ର ବରିଷ୍ଠ ଗୁରୁମା ବିଷୟା ହୋତା ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment