ସାଉଡି ଓ ମଧୁପୁରା ପଞ୍ଚାୟତରେ କୋଟି କୋଟି ଟଙ୍କା ହେରଫେର ମାମଲା : ନିଲମ୍ବନ ହେଲେ କନିଷ୍ଠ ଯନ୍ତ୍ରୀ ମିହିର ପଣ୍ଡା


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକର କନିଷ୍ଠ ଯନ୍ତ୍ରୀ ମିହିର କୁମାର ପଣ୍ଡାଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଶୁକ୍ରବାର ନିଲମ୍ବନ କରାଯାଇଛି।ଏନେଇ ପଞ୍ଚାୟତି ରାଜ ବିଭାଗର ପ୍ରିନିସିପାଲ ସେକ୍ରେଟାରୀଙ୍କ ଚିଠି ନମ୍ବର ପିଆର ଇଏନ ଜିଜି ପିଆର ଓସି ନମ୍ବର୦୦୪୮-୨୦୨୨/୨୦୨୦୪ ମୂଳେ ବାଲେଶ୍ଵର ଜିଲ୍ଲାପାଳ,ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଲିଆପାଳ ବିଡ଼ିଓଙ୍କୁ ସୂଚନା ଦିଆଯାଇଛି। ଆଗାମୀ ନିର୍ଦ୍ଦେଶ ନାମା ଜାରି ପର୍ଯ୍ୟନ୍ତ ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ହାଜିରାଦେବେ।ସରକାରଙ୍କ ବିନା ଅନୁମତିରେ କୁଆଡେ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ନାମାରେ ଦର୍ଶା ଯାଇଛି।ସରକାରଙ୍କ ଏହି ନିର୍ଦ୍ଦେଶ ନାମା ମିହିର ପଣ୍ଡାଙ୍କୁ ଦେବାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର କର୍ମଚାରୀ ଶନିବାର ବାଲିଆପାଳ ଆସି ତାଙ୍କୁ ନ ପାଇ ତାଙ୍କ ବାଲିଆପାଳ ସରକାରୀ କ୍ବାଟାର କବାଟରେ ଲଗାଇ ଫଟୋ ଉଠାଇ ନେଇଯାଇଥିବା ଜଣାପଡିଛି।


ପ୍ରକାଶଥାଉକି ବାଲିଆପାଳ ବ୍ଲକ ସାଉଡି ଓ ମଧୁପୁରା ପଞ୍ଚାୟତର ଦାଇତ୍ଵରେ ଥାଇ ଶ୍ରୀ ପଣ୍ଡା ଏମଜିଏନଆରଇଜିଏସ କାର୍ଯ୍ୟରେ କୋଟି କୋଟି ଟଙ୍କା ବିନା କାର୍ଯ୍ୟରେ ବିଲ କରିବା ନେଇ ବହୁ ଅଭିଯୋଗ ବ୍ଲକ ଠାରୁ ଜିଲ୍ଲାପାଳ,ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏପରିକି ହାଇକୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଥିଲା।ଏନେଇ ସେତେବେଳେ ବ୍ୟାପକ ଭାବରେ ମିଡିଆରେ ମଧ୍ୟ ପ୍ରକାଶ ପାଇଥିଲା ।ଏଥିସହିତ ଗତ ସୁବର୍ଣ୍ଣରେଖାର ପ୍ରଳୟଙ୍କରୀ ବନ୍ୟା ସମୟରେ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରିଥିବା, ଉପରିସ୍ଥ ଅଫିସରଙ୍କୁ ଅପମାନିତ କରିଥିବା ଆଦି ବହୁ ଅଭିଯୋଗ ତାଙ୍କ ନାମରେ ଥିଲା।ଏ ସମସ୍ତ ଘଟଣାରେ ସରକାର ବିଚାର କରି ଏପରି ନିଲମ୍ବନ ହୋଇଥିବା ଜଣା ଯାଇଛି।

Post a Comment

Previous Post Next Post