ସିନ୍ଧେକେଲାରେ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁ ଜୟନ୍ତୀ ପାଳିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ସିନ୍ଧେକେଲାସ୍ଥିତ ସାହୁ ଭବନଠାରେ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଅବସରରେ କୋଶଲୀ ସଂସ୍କୃତି ଦିବସ ପଶ୍ଚିମ ଓଡିଶା ଯୁବାମଂଚ ଓ ସାହୁ ସମାଜର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି।ଜୟନ୍ତୀ ପାଳନ କମିଟିର ଆବାହକ କବୟିତ୍ରୀ ସାଧବୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ନିର୍ଝରିଣୀର ସଂପାଦକ ଶ୍ରୀ ବିରଂଚି ନାରାୟଣ ଦାଶ ମୁଖ୍ୟ ଅତିଥି, ଶ୍ରୀ ଗଣପତି ସାହୁ ମୁଖ୍ୟ ବକ୍ତା,ଶ୍ରୀ ଚନ୍ଦ୍ରମଣି ଗହୀର,ଶ୍ରୀ ଲକ୍ଷ୍ମୀଧର ମାଝୀ, ଶ୍ରୀ ସତ୍ୟନାରାୟଣ ମିଶ୍ର, ଶ୍ରୀ ବିଜୟ ସାହୁ,ହାସ୍ୟଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ ଦିବଂଗତ କବି ପ୍ରଶାନ୍ତ ନାୟକ ଓ ଶିବସିଂ ଭୋଇଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ତାପରେ କଣ୍ଠଶିଳ୍ପୀ ଅଶୋକ ସାହୁ ଓ ବ୍ରଜ ମୋହନ ସାହୁ ଭଜନ ପରିବେଷଣ କରିଥିଲେ।ସଭା ପରେ କବି ବୃନ୍ଦାବନ କୁମ୍ଭାର, କେକିସିଂ ଭୋଇ,ଅନନ୍ତ ବାଗ,ଯଶୋବନ୍ତ ସାହୁ, ଦ୍ରୌପଦ ବାରିକ, ସୁଧୀର ସାହୁ, ସାବିତ୍ରୀ ସାହୁ ଆଦି କବିତା ପାଠ କରିଥିଲେ।ସାଧବୀ ସାହୁ ଅତିଥି ପରିଚୟ ଓ ସୁଧାକର ସାହୁ ମଂଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ତାପସ୍ବିନୀ ସିଂଦେଓ,ସଂଗୀତା ସାହୁ, ମିନତି ସିଂଦେଓ ଆଦି ସହଯୋଗ କରିଥିଲେ।

Post a Comment

Previous Post Next Post