ଘୁଚାଗୁଡା ଠାରେ ପାଇକ ଆଖାଡ଼ାର ଶୁଭ ଉଦଘାଟନ

ନୂଆପଡା,(ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଘୁଚାଗୁଡା ଗ୍ରାମଠାରେ ବୀର ପାଇକ ଘୁମୁରା ବାଦ୍ୟସହ ଖଣ୍ଡା, ଗଦା, ଲାଠି ସମର କୌଶଳ ପାଇକ ଆଖଡ଼ାର ଶୁଭ ଉଦଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜର ମୁଖ୍ୟ ସମ୍ପାଦକ ଦିଲୀପ କୁମାର ନାଏକ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ । ସନମାନୀୟ ଅତିଥି ଭାବରେ ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜ ର ଯୁଗ୍ମ ସମ୍ପାଦକ ଜଗଦିଶ ବାରିକ ଯୋଗଦେଇଥିଲେ । ଘୁଚାଗୁଡା ଅଞ୍ଚଳର ସଭାପତି ତୀର୍ଥବାସି ପ୍ରଧାନ,ସମ୍ପାଦକ ରଣସିଂ ପ୍ରଧାନ,କେନ୍ଦ୍ର ସଦସ୍ୟ କୁବେର ନାଏକ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷଯୋଗଦେଇଥିଲେ । ଏହି ଅବସରରେ ପାଇକ ବାଦ୍ୟ ସହ ଖଣ୍ଡା, ଗଦା, ଲାଠି ଓ ଘୁମୁରା ସହ ପାରମ୍ପରିକ ବେଶରେ ସଜିତ ହୋଇ ଘୁଚାଗୁଡା ଗ୍ରାମରେ ସମସ୍ତେ ପରିକ୍ରମା କରିଥିଲେ । ସୂଚନା ଥାଉକି ପ୍ରତିଦିନ ଗ୍ରାମରେ କ୍ଷତ୍ରୀୟ ଯୁବକ ମାନେ କ୍ଷତ୍ରୀୟ ବଣକୁ ଧରି ଖଣ୍ଡା, ଗଦା, ଲାଠି ଚାଳନା ଶିକ୍ଷା ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Post a Comment

Previous Post Next Post