ବୌଦ୍ଧ ରେ ହସ୍ତତନ୍ତ ବଜାର ପାଇଁ ଜିଲ୍ଲାପାଳଙ୍କ ସହିତ ବରଗଡ଼ ବ୍ୟବସାୟୀ ଙ୍କ ଆଲୋଚନା


ବୌଦ୍ଧ, (ହୃଦାନନ୍ଦ ମେହେର) ବୌଦ୍ଧରେ ହସ୍ତ ତନ୍ତ ଓ ସମ୍ବଲପୁରୀ ଶାଢ଼ୀ ର ବଜାର ଖୋଲିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଙ୍କ ଉଦ୍ୟମ ଜାରି ରହିଛି । ଗତ ମାସ ୨୮ ତାରିଖ ଦିନ ଏହାକୁ ବାସ୍ତବ ରୂପ ଦେବା ପାଇଁ ବୌଦ୍ଧ ଜିଲ୍ଲାପାଳ ବରଗଡ଼ ବାଲିଯୋରୀ ଠାରେ ଥିବା କପଡା ବଜାର ପରିଦର୍ଶନ କରିଥିଲେ । ସେଠାରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ବ୍ୟବସାୟୀ ଙ୍କ ସହିତ ଆଲୋଚନା କରିଥିଲେ ଏବଂ ବୌଦ୍ଧ କୁ ବ୍ୟବସାୟୀ ମାନଙ୍କୁ ଆସିବାକୁ ଅନୁରୋଧ କରିଥିଲେ । ବୌଦ୍ଧ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଓ ବୌଦ୍ଧ ସଦର ତହସିଲଦାର ଦେବୀ ପ୍ରସାଦ ଦାସ ବରଗଡ଼ ବାଲିଯୋରୀ ବଜାର କୁ ପରିଦର୍ଶନ ରେ ଯାଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ର ବ୍ୟବସାୟୀ ପ୍ରମୋଦ ମେହେର ଙ୍କ ନେତୃତ୍ୱ ରେ ସର୍ବଶ୍ରୀ ପ୍ରକାଶ ମେହେର,ଅଯୋଧ୍ୟା ମେହେର, ଶିବ ମେହେର, ନବ ମେହେର, ଚେୟାରମେନ ମେହେର, ଘନଶ୍ୟାମ ମେହେର, ଗିରିଧାରୀ ମେହେର, ଶ୍ରିଫଳା ମେହେର, ମନୋହର ମେହେର, ଜୟକୁମାର ମେହେରଓ ରବୀନ୍ଦ୍ର ମେହେର ଯୋଗ ଦେଇ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ରେ ହସ୍ତ ତନ୍ତ ଓ ସମ୍ବଲପୁରୀ ବସ୍ତ୍ର ର ବ୍ୟବସାୟ ସଫଳ ହୋଇପାରିବ ସେ ବିଷୟ ରେ ଆଲୋଚନା କରିଥିଲେ ।

Post a Comment

Previous Post Next Post