ଅଭିନବ ଉପାୟରେ ଜନ୍ମ ଦିନ ପାଳନ


ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ବନଦୂର୍ଗା ବରିଷ୍ଠ ନାଗରିକ ସେବା ଗୃହ ଝାଡରାଜିଂ ଠାରେ ସମାଜସେବୀ ସୁପ୍ରିୟା ଦେହୁରୀଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ସେବାଗୃହରେ ଥିବା ଅନ୍ତେବାସୀଙ୍କୁ ଫଳ , ଜୁସ ଓ ବିସ୍କୁଟ ପ୍ରଦାନ କରି ତାଙ୍କ ସହିତ ସମୟ ବିତେଇଥିଲେ। ଅନ୍ତେବାସୀଙ୍କ ଠାରୁ ଆଶୀର୍ବାଦ ମଧ୍ୟ ଲାଭ କରିଛନ୍ତି। ଆଜିର ଅତ୍ୟାଧୁନିକ ଯୁଗରେ ଲୋକେ କେକ୍ କାଟି ପାର୍ଟି celebration କରନ୍ତି , କିନ୍ତୁ ଯୁବ ସମାଜସେବୀ ଅନ୍ତେବାସୀଙ୍କ ସହିତ ତାଙ୍କ ଆଶୀର୍ବାଦ ଭିକ୍ଷା କରି ଜନ୍ମ ଦିବସ ପାଳନ କରିଛନ୍ତି । ତାଙ୍କ ସହିତ ସ୍ଵେଚ୍ଛାସେବୀ ପ୍ରତାପ ମେହେର , ବନଦୁର୍ଗା ବରିଷ୍ଠ ନାଗରିକ ଗୃହର ସମ୍ପାଦିକା ଶ୍ରୀମତୀ ବାସନ୍ତୀ ନନ୍ଦ ଏବଂ କର୍ମୀ ସନ୍ତୋଷ ରାଉତ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment

Previous Post Next Post