ସହିଦ ପ୍ରତାପ ନାଏକ ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ରାମଧୁନ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୫୪ତମ କାଳୀପୂଜା ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସହୀଦ ପ୍ରତାପ ନାଏକ ଙ୍କ ସ୍ମୃତିରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିର କୁ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଶୁଭ ଉଦଘାଟନ କରିଥିବାବେଳେ ଏହିଶିବିରରେ ସମୁଦାୟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉଭୟ ମହିଳା ଓ ପୁରୁଷ ସ୍ୱଇଚ୍ଛାରେ ରକ୍ତ ଦାନକରି ନିଜର ମହାନତା ର ପରିଚୟ ଦେଇଥିଲେ।ଏହିଶିବିର କୁ ଅନ୍ୟତମ ଅତିଥି ଭାବରେ ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ, ଡିଏମ୍ଓ ଡ଼ଃ ପ୍ରଦୀପ କୁମାର ଗୁରୁ,ଜିଲ୍ଲା କ୍ରୀଡା ସଂଘ ସଂପାଦକ ଚିତ୍ତରଞ୍ଜନ ତରାସିଆ,ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପୂର୍ବତନ ନଗରପାଳ
କଇରୁ ସ୍ୱାଇଁ, କାଉନସିଲର ପିୟୁଷ କୁମାର ପଣ୍ଡା, ଚନ୍ଦ୍ରମା ମୋଟର୍ସ ର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ବାବୁ,ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା, କାଳୀପୂଜା କମିଟି ସଭାପତି ସୁରଜ ସାହୁ ଉପସଭାପତି ବୁବୁନ ନାଏକ, ସଂପାଦନ ସୁରେନ୍ଦ୍ର ନାଏକ,କୋଷାଧ୍ୟକ୍ଷ ରାଜୀବ ସାହୁ ପ୍ରମୁଖ ଉଦଘାଟନ କରିଥିବା ବେଳେ ଜିଲ୍ଲା ରକ୍ତ ଭଣ୍ଡାର ର ଅଧିକାରୀ ଡଃ ଦୁର୍ଗାଦତ୍ତ ଦାଶ , ଟେକନିସିଆନ୍ ସୁବାଷ ଚନ୍ଦ୍ର ପଣ୍ଡା, ଜଗତ ଦରୱ।ନ , ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କ୍ଷେତ୍ରରେ ସହଯୋଗ କରି ଥିଲେ । ଏହିଅବସର ରେ କ୍ଲବର ବରିଷ୍ଠ ସଦସ୍ୟ ମନବୋଧ ଭୋଇ,ଶେଷଦେବ ମେହେର ,ଭକୋଡ ସ୍ୱାଇଁ,ଗୋପାଳ ବରାଇ, ସୁବାଷ ବିଶ୍ୱାଳ, ଲଡୁକିଶୋର ମଲ୍ଲିକ,ଟଙ୍କଧର କୁଅଁର, ହରିସାହୁ,ମାନସ ସେଠି,ଚନ୍ଦନ ବେହେରା ଙ୍କ ସମେତ ରାମଧୁନ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତରହି ସହଯୋଗ କରିଥିଲେ।

Post a Comment

Previous Post Next Post