ସୁବର୍ଣ୍ଣପୁର ଜିଲ୍ଲାରେ ୬୩ ତମ ପୋଲିସ ଶହିଦ ଦିବସ ପାଳିତ


ସୁବର୍ଣ୍ଣପୁର(ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜନ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ,ଜିଲ୍ଲା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ସମତେ ଜିଲ୍ଲାର ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ ।

Post a Comment

Previous Post Next Post