ଚାଷୀଙ୍କ ମୁଣ୍ଡରେ ଚଡକ..ଟ୍ରାନ୍ସଫର ପୋଡିଯିବାରୁ ୬୦ଏକର ଧାନ ଚାଷ ଉଜୁଡିବାକୁ ବସିଲାଣି


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମରେ ୬୦ଏକର ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି!ସୂଚନା ମତେ ଚଳିତ ବର୍ଷ ଏହି ଖରିବ ଋତୁରେ ଗ୍ରାମରେ ଥିବା ମା ପୀତାବଳି ପାଣି ପଂଚାୟତ ୧ର ଆନିକଟରେ ଥିବା ପ୍ରାୟ ୩୫ଜଣ ଚାଷୀ ଙ୍କ ୬୦ଏକର ଚାଷ ଜମିରେ ଲିପ୍ଟ ଦ୍ୱାରା ଧାନ ଚାଷ କରାଯାଇଛି!ଏବଂ ଏହି ପାଣି ପଂଚାୟତ ର ବିଦ୍ୟୁତ ଖର୍ଚ୍ଚ ବି ଆଗୁଆ ପୈଠ କରାଯାଇଛି!କିନ୍ତୁ ଦୁର୍ଭାଗ୍ୟ କୈlଣସି ବଶତଃ ଏହି ଲିପ୍ଟ ରେ ଲାଗିଥିବା 63KB ଟ୍ରାନ୍ସଫର୍ମର ଟି ଆଜକୁ ୮ଦିନ ହେଲା ପୋଡି ଯାଇଥିବାରୁ ଏବେ ଲିପ୍ଟ ପଏଣ୍ଟ ଅଚଳ ଅବସ୍ଥାରେ ପଡ଼ିରହିଛି!ପୁରୁଣା କଟକ ବିଦ୍ୟୁତ ବିଭାଗ କୁ ଅନୁରୋଧ କରିବା ପରେ ବିଭାଗୀୟ କର୍ମଚାରୀ ଆସି ସଜାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇ ଥିଲେ ଓ ନୂତନ ଟ୍ରାନ୍ସଫରମର ର ଆବଶ୍ୟକ ଥିବା ଚାଷୀଙ୍କୁ ଜଣାଇଥିଲେ!ଯଦି ଯଥା ଶୀଘ୍ର 2/3ଦିନ ଭିତରେ ନୂତନ ଟ୍ରାନ୍ସଫର ଲଗାଇ ପାଣି ଚାଷ ଜମିରେ ମଡ଼ା ନ ଯାଏ ତେବେ ଚାଷୀଙ୍କ ୬୦ଏକର ଧାନ ଚାଷ ନଷ୍ଟ ହେବା ସହିତ ଚାଷୀ ଋଣ ଭାରରେ ଭାଙ୍ଗି ପଡିବ କାରଣ ଏବେ ସବୁ ଧାନ ଗୁଡିକ ଗର୍ଭାବସ୍ଥାରେ!ଏଣୁ ବୌଦ୍ଧ ଜିଲ୍ଲାପାଳ ଓ ବୌଦ୍ଧ ବିଦ୍ୟୁତ ବିଭାଗଅଧିକାରୀ ଏହା ଉପରେ ସୁ ଦୃଷ୍ଟି ପକାଇ ସମସ୍ୟା ର ସମାଧାନ ଯଥାଶୀଘ୍ର କରିବା ପାଇଁ ଚାଷୀ କୁଳ ଙ୍କ ଅଭିଯୋଗ!

Post a Comment

Previous Post Next Post