ଚୁଲିଫୁଙ୍କା ଗ୍ରାମ ପଂଚାୟତ ଆଗମୀ ଦିନରେ ବ୍ଲକର ୧ ନମ୍ବର ପଂଚାୟତ ହେବ : ବିଡିଓ
ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କାର୍ଯ୍ୟାଳୟରେ ଆଜାଦିର ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ଚଳିତ ବର୍ଷ ସ୍ୱାଧିନତାର ୭୫ ବର୍ଷ ପୁର୍ତି ଅବସରରେ ଚୁଲିଫୁଙ୍କା ପଂଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁର୍ବତନ ପ୍ରଧାନ ଶିକ୍ଷକ କପିଲ ବେହେରା ଏହି ଅବସରରେ ପତକା ତ୍ତୋଲନ କରିଥିଲେ । ବ୍ଲକ ଅଧ୍ୟକ୍ଷ ରଂଜୁବାଲା ବେହେରା, ବିଡିଓ ରିପୁନାଥ ସୁନା, ଚୁଲିଫୁଙ୍କା ସରପଂଚ ଜମୁନା ବେହେରା, ଏପିଓ ଲକ୍ଷ୍ମଣ କୁମାର ବୁଡେକ, ଜେ.ଇ. ବିକ୍ରମ ସିଂ ବିଭାର, ଏଏଇ ଦେବ କୁମାର ପ୍ରଧାନ, ଏଇ ନରେଶ କୁମାର ସିଂହା ପ୍ରମୁଖ ମଂଚାସୀନ ଥିଲେ । ପରେ ଜଳ ଶକ୍ତି ଅଭିଯାନ ଯୋଜନାରେ ଜଳ ଶପଥ କରାଯାଇଥିଲା । ଏଥିରେ ଶପଥ ଗ୍ରହଣ କରାଯାଇଥିଲା । ଏପିଓ ଲକ୍ଷ୍ମଣ ବୁଡେକ ଶପଥ ଗ୍ରହଣ କରାଇଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ବ୍ଲକ ଅଧ୍ୟକ୍ଷା, ବିଡିଓ, ଏପିଓ, ଜେଇ, ଏଇ ଓ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ପଂଚାୟତ ପକ୍ଷରୁ ଏସଏସଜି ମହିଳା ସଦସ୍ୟା ଓ ଏମ.ବି.କେ ତଥା ଗ୍ରାମବାସି ସହ ପ୍ରଶାସନିକ ଅଧିକାରିଙ୍କ ଦ୍ୱାରା ବିଶାଲ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ପଂଚାୟତରେ ତିଆରି ହେଉଥିବା ଅମୃତ ସରୋବରକୁ ପଂହଚିଥିଲେ । ବଙ୍ଗୋମୁଣ୍ଡା ପଂଚାୟତ ୨୬ ଟି ପଂଚାୟତରେ ଚୁଲିପୁଙ୍କା ଠାରେ ପ୍ରଥମ ଅମୃତ ମହୋତ୍ସବ ତିଆରି ହେଉଛି । ଏହି ଅମୃତ ସରୋବର ଯୋଗୁ ଅଂଚଳର ଲୋକ ଲାଭ ପାଇବେ ବୋଲି ଅତିଥି ଗଣ ଏବଂ ପ୍ରଶାସନିକ ଅଧିକାରି କହିଥିଲେ । ଅମୃତ ସରୋବର କାର୍ଯ୍ୟକୁ ଦେଖି ବଙ୍ଗୋମୁଣ୍ଡା ବ୍ଲକର ଚୁଲିଫୁଙ୍କା ପଂଚାୟତ ଏକ ନମ୍ବର ପଂଚାୟତ ହେବ ବୋଲି ବିଡିଓ ଶ୍ରୀ ସୁନା କହିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଜିଆଏସ ନେତ୍ରାନନ୍ଦ ମେହେର, ଶୁଶିଲ ପୋଡ, ଚନ୍ଦ୍ରଧ୍ୱଜ ପୁଟେଲ, ଶୁଶାନ୍ତ ବେହେରା, ପ୍ରଭୁଲାଲ , ଛନ୍ଦାଚରଣ, ହିତେଶ, ଜିତେନ୍ଦ୍ର , ରୁପେଶ, ସୁନିଲ, କୁଶ, ବୈଷ୍ଣବ ଜାନି, ମହେନ୍ଦ୍ର ଭୋଇ, ରତ୍ନମଣି ବେହେରା, ଗୌରହରି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାକୁ ସହଯୋଗ କରିଥିଲେ ।
Post a Comment