ଚଟୁଅନକା ମାଝୀ ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଜବାହାର ଲାଲ ନେହେରୁ ଆଦିବାସୀ କ୍ଲବ ଠାରେ ୭୬ ତମ ସ୍ବାଧିନତା ଦିବସ ପାଳିତ


କଣ୍ଟାବାଞ୍ଜ,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ମାଝୀ ପଡ଼ା ପ୍ରଥମିକ ବିଦ୍ୟାଳୟରେ  ୭୬ତମ ସ୍ୱାଧିନତାଦିବସ ପାଳିତ ହୋଯାଇଛି । କବିରାଜ ପୁଟେଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିଥିଲେ। ଏଥର ସ୍ବାଧୀନତା ଦିବସ ପ୍ରବଳ ବର୍ଷା ଯୋଗୁଁ ଫିକା ପଡିଥିବା ବେଳେ ମୁଖ୍ୟ ଅତିଥି-କବିରାଜ ପୁଟେଲ, ସମ୍ମାନିତ ଅତିଥି -ହୀରାଧର ବଏ,ସ୍କୁଲ ସଭାପତି ସହଦେବ ମାଝୀ,ଉପ ସଭାପତି ସୀତାଦେଇ ଦାସ, ପ୍ରଧାନ ଶିକ୍ଷୟତ୍ରି ନଳିନୀ ସାହୁ, ଶିକ୍ଷକ କିିଶୋର ବରିହା,ଶିକ୍ଷୟତ୍ରି ଦେବକୀ ତାଣ୍ଡି, ସଭ୍ୟ ମୁଖରାମ ମାଝୀ ସମତେ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ଗହଣରେ ସ୍ବାଧୀନତା ଦିବସ ପାଳନ କରିଥିଲେ ।

ସେହି ପରି ଚଟୁଅନକା ଗ୍ରାମରେ ଥିବା ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ସ୍ଥାନୀୟ କମ୍ୟୁନିଟି ସେଣ୍ଟର୍ ପରିସରରେ ୭୬ ତମ ସ୍ବାଧୀନତା ଦିବସରେ ପାଳିତ ହୋଇଯାଇଛି। କ୍ଲବ ର ସଭାପତି ଜାତୀୟପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ସମୟରେ ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ଅନେକ  କାର୍ଯ୍ୟକ୍ରମ ହେଇଛି ଆଉ ସେ ସବୁ ଆଗକୁ ବି ଜାରି ରହୁ ବୋଲି ଆଦିବାସୀ କ୍ଲବ ସଭାପତି ସହଦେବ ମାଝୀ କହିଥିଲେ। ଏହି ଅବସରରେ ସଂପାଦକ ଜନକ ମାଝୀ, ଉପ ସଭାପତି ବିଶିକେସନ୍ ମାଝୀ,ସଦସ୍ୟ କିଶୋର ମାଝୀ,ହୃଦାନନ୍ଦ ମାଝୀ, ପ୍ରେମ ମାଝୀ, ଗୋବିନ୍ଦ ମାଝୀ, ମୁଖରାମ ମାଝୀ,ମୋହନ ମାଝୀ,ରାଜ ମାଝୀ, ସୁବାସ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। 

Post a Comment

Previous Post Next Post