ନୂଆପଡ଼ା,(ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ଉଚ୍ଚମାଧ୍ୟମିକ ବିଦ୍ୟାଳୟବୋଡେ଼ନ ସମ୍ବିଳନୀ ଗୃହ ରେ ଭୋଟର ହେଲ୍ପ ଲାଇନ ଆପ ଜରିଆରେ ଭୋଟର ଫୋଟୋ ସହିତ ଆଧାର ଲିଙ୍କ କିପରି କରାଯିବ ସେହି ବିଷୟ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡେନ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତହସିଲଦାର ତଥା ଭାରପ୍ରାପ୍ତ ବୋଡେ଼ନ ବି.ଡି.ଓ ଶ୍ରୀ ରାଜେଶ କୁମାର ମେହେର, ଜିପିଓ ଶ୍ରୀ ଘନଶ୍ୟାମ ବାଗ, କଲେଜ ଅଧ୍ୟକ୍ଷ ଶ୍ରୀ ହେମନ୍ତ ମୁଣ୍ଡ,ଓଡ଼ିଆ ଅଧ୍ୟାପକ ଶ୍ରୀ ରବିରଞ୍ଜନ ପ୍ରଧାନ ,ନୀରୋଜ କୁମାର ଖମାରୀ ପ୍ରଶିକ୍ଷକ ମଂଚାସୀନ ଥିଲେ ଏବଂ ଶ୍ରୀ ଖମାରୀ ଭୋଟର ହେଲ୍ପ ଲାଇନ ଆପ ଜରିଆରେ କିପରି ସହଜ ଓ ସରଳ ଭାବରେ ଭୋଟର ଫୋଟୋ ଏବଂ ଆଧାର ଲିଙ୍କ ନିଜ ନିଜ ମୋବାଇଲ ମାଧ୍ୟମରେ କରିପାରିବେ ସେ ବିଷୟରେ ତାଲିମ୍ ପ୍ରଦାନ କରି ଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରଧାନ ପରିଚାଳନା କରିଥିବାବେଳେ ଇତିହାସ ଅଧ୍ୟାପକ ଗୟା ଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ସଫଳତା ର ସହ ତାଲିମ ଗ୍ରହଣ କରିଥିଲେ।
ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ ଆଧାର ଲିଙ୍କ ଶୀର୍ଷକ ତାଲିମ ଶିବିର
ଆଜତକ ଓଡ଼ିଶା
0
Post a Comment