ସୁବର୍ଣ୍ଣପୁର (ଗଣପତିବାଘ) ଜରି ପାଲ ଖଣ୍ଡିଏ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୁଚନା ଅନୁସାରେ ଚଳିତ ବନ୍ୟାରେ ବିରମହାରାଜପୁର ତହସିଲ ଅଂଚଳରେ ବହୁ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ତେବେ ଗରିବ ଲୋକ ତହସିଲ ଅଫିସକୁ ଆସି ଜରି ପାଲ ଖଣ୍ଡେ ନପାଇ ଫେରୁଛନ୍ତି । ତେବେ ଖମ୍ବେଶ୍ବରୀପାଲି ଗାଁରୁ କିଛି ଲୋକ ତହସିଲ ଅଫିସକୁ ଆସି ଥିବାବେଳେ ଜରି ପାଇ ନଥିଲେ ।
Post a Comment