ଗଞ୍ଜେଇ ଜବତ ସହ ଚାରି ଆସାମୀ ଗିରଫ, ଗାଡି ଜବତ


କଣ୍ଟାମାଳ, (ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଚାରି ଜଣ ଆସାମୀ ଙ୍କୁ ଗିରଫ କରିଛି । ଏଥିସହ ଏକ ଧଳା ରଙ୍ଗର ସ୍କୋଡା Octavia ( CG O4 HB 3001), ଏକ ବାଜାଜ ପଲସର (OD 31 K 3284), ଚାରୋଟି ମୋବାଇଲ ଫୋନ ଏବଂ ନଗଦ ୨୦୦୦୦/ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି । ଜାମୁଟ ବ୍ରିଜ ନିକଟରୁ ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଁ ଜିଲ୍ଲା ଶଙ୍କରପୁର ୱାର୍ଡ଼ ନମ୍ବର ୭ ର ରାଜେଶ ସିହ୍ନା ,(୫୧) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖେମୁଣ୍ଡିଗଡ଼ ଗ୍ରାମର ମିଥୁନ ଦିଶିରୀ (୨୨), ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ସିଂଢୋଲ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ରଣା (୨୬), ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ଗ୍ରାମର ବଳରାମ ରଣା (୨୧) ଙ୍କୁ ଗିରଫ କରାଯାଇଛି । କଣ୍ଟାମାଳ ଥାନା କେଶ ନମ୍ବର ୧୧୪/୧୯/୦୮/୨୦୨୨ U/S.20( b)( ii) ( C) NDPS ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି । ଚଢ଼ାଉ ରେ ଏସ ଆଇ ଜି. ଥନାପତି, ଏସ ଆଇ ଲିସାରାଣୀ ସେଠୀ, ଏ ଏସ ଆଇ ଆର. କେ. ପ୍ରଧାନ, କନେଷ୍ଟବଳ ପି. କେ. ସାହୁ, ଜେ. ଏନ. ମେଣ୍ଡିଲି ଓ ହୋମ ଗାର୍ଡ ଏସ. ମାଝୀ ପ୍ରମୁଖ ସାମିଲ ଥିଲେ ।

Post a Comment

Previous Post Next Post