ସ୍ଵାଧୀନତାର ଗୌରବଯାତ୍ରାର ଅନ୍ତିମ କାର୍ଯ୍ୟକ୍ରମ ଅନୁଷ୍ଠିତ


ନୂଆପଡା,(ପରମେଶ୍ଵର ମେହେର) ଏଆଇସିସି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଖରିଆର ରୋଡ ନଗର କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଜୁନେଦ ମହମ୍ମଦ ଙ୍କ ନେତୃତ୍ଵରେ ସ୍ଵାଧୀନତାର ଗୌରବଯାତ୍ରାର ଅନ୍ତିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଗୋତମା ନିକଟରୁ ଆରମ୍ଭ ହୋଇ ରାମ ମନ୍ଦିର ଛକ ନିକଟରେ ଶେଷ ହୋଇଥିଲା । ଉଭୟ ସରକାର ର ବିଫଳତା ଯୋଗୁଁ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ଯାସର ଅହେତୁକ ଦରବୃଦ୍ଧି, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରୁ ଜିଏସଷ୍ଟି ପ୍ରତ୍ୟାହାର, ଉତ୍କଟ ବେକାରୀ ସମସ୍ୟା, ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରମୁଖ ଦାବୀକୁ ନେଇ ପଦଯାତ୍ରା କରାଯାଇଥିଲା ।


ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଘାସିରାମ ମାଝୀ, ଜିଲ୍ଲା ପର୍ଯ୍ୟବେକ୍ଷକ ମୋତିଲାଲ ଦାଶ, ଜିଲ୍ଲା ପରିଷଦ ଭରତ ରାଉତ, ବରିଷ୍ଠ ନେତା ମୋତି ରାୱଲ, ବିରଞ୍ଚି ବାଗ, ଜିଲ୍ଲା ସାଧାରଣ ସମ୍ପାଦକ ସୌରଭ ଚନ୍ଦ୍ରକାର, ଜିଲ୍ଲା କିଶାନ କଂଗ୍ରେସ ସଭାପତି ଦେବେନ୍ଦ୍ର ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ, ନୂଆପଡ଼ା ବିଧାନସଭା ଯୁବ ସଭାପତି ଶାହାରୁଖ୍ ଖାନ୍, ସଦର ବ୍ଲକ ସଭାପତି ଜଗଦୀଶ ସାହୁ, ସଦର ବ୍ଲକ ଜଗନ୍ନାଥ ନାୟକ, କୋମନା ବ୍ଲକ ସଭାପତି କୈଳାଶ ଚନ୍ଦ୍ର ବାଗ, ଯୁବ ସଭାପତି ନରେନ୍ଦ୍ର ନାଗ,  ଛାତ୍ରନେତା ସନ୍ନି ସାହୁ, ବିରାଟ ତାଣ୍ଡି, ଜିତୁ ସାହୁ, ଛବି ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post