ବସ୍ତାରେ ୭୫ ତମ ଆଜାଦି ଅମୃତ ମହୋତ୍ସବ ପାଳିତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ରାଜେନ କୁମାର ପରିଡ଼ା ଓ ବସ୍ତା ଯୁବମୋର୍ଚ୍ଚା ସଭାପତି ଧୀରେନ୍ ସେଠୀଙ୍କ ନେତୃତ୍ଵରେ ବାହାର୍ଦା ଡାକବଙ୍ଗଳା ଠାରୁ ଗାନ୍ଧିଛକ ପର୍ଯ୍ୟନ୍ତ ଏକ ବାଇକ ରାଲି କରାଯାଇ ସହିଦ ମାନଙ୍କର ଅମୃତ ସେବନ କରି ଜଣେ ଦେଶ ପ୍ରେମୀ ରାଷ୍ଟ୍ରପ୍ରେମୀ ଏବଂ ନିଜକୁ ଦେଶର ସୁରକ୍ଷା ବାହିନୀ ଭାବେ ଅନୁଭବ କରି ହର ଘର ତ୍ରିରଙ୍ଗା କାର୍ଯକ୍ରମ କରାଯାଇଥିଲା। ଏହି ରାଲିରେ ଜିଲ୍ଲା ଓବିସୀ ସଭାପତି ଅରବିନ୍ଦ ବେହେରା , ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଇଂ ରାଜେଶ୍ରୀ ମହାନ୍ତି , ବସ୍ତା ମଣ୍ଡଳ ସଭାପତି ରଞ୍ଜନ ମହାନ୍ତି, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ରାଜେନ ପରିଡ଼ା , ଜିଲ୍ଲା କାର୍ଯ କାରିଣୀ ସଦସ୍ୟ ରବୀନ୍ଦ୍ର ଜୈନ, ଜିଲ୍ଲା ଯୁବ ଉପସଭାପତି ଖଗେନ୍ଦ୍ର ନାୟକ, ବସ୍ତା ମିଡ଼ିଆ ସଂଯୋଜକ ଇ ଦିବାକର ରାଉତ, ପ୍ରକାଶ କୁଣ୍ଡୁ, ଉମାକାନ୍ତ ବେଜ, ଅଜୟ ଜେନା, ମହିଳା ମୋର୍ଚ୍ଚା ସମ୍ପାଦକ ମାଳତୀ ନାୟକ , ଫର୍ଣାଲ ବିଶ୍ଵାଳ, ବିନୟ ଭାଇ, ସୁଶିଲ ବେହେରା, ନଗେନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ।

Post a Comment

Previous Post Next Post