ଅନିର୍ଦ୍ଦିଷ୍ଟ କାଳ ପାଇଁ କଳାବ୍ୟାଜ୍‌ ପିନ୍ଧିବେ କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ଅସ୍ଥାୟୀ କର୍ମଚାରୀ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ଅସ୍ଥାୟୀ କର୍ମଚାରୀମାନେ ସେମାନଙ୍କ ଆନ୍ଦୋଳନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ କଳାବ୍ୟାଚ୍ ପିନ୍ଧି ରକ୍ତଭଣ୍ଡାର ଭିତରେ କାମ କରିବେ ଓ ବାହାରେ ହେଉଥିବା କୌଣସି ରକ୍ତଦାନ ଶିବିରକୁ ଯିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସଂଘ ତରଫରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଦେଇଥିବା ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି । କଣ୍ଟାବାଞ୍ଜି ରକ୍ତଭଣ୍ଡାରରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଗତ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ କେବଳ ରକ୍ତଭଣ୍ଡାର ମଧ୍ୟରେ କଳାବ୍ୟାଚ ପିନ୍ଧି କାମ କରୁଥିଲେ । କିନ୍ତୁ ଏହି ଅବଧି ମଧ୍ୟରେ ସେମାନଙ୍କ ଦାବି ପୂରଣ ହେଲା ନାହିଁ ବା ଆଲୋଚନା ମଧ୍ୟ କରାଗଲା ନାହିଁ । ତେଣୁ ଆସନ୍ତା ୨୬ ତାରିଖରୁ ସେମାନେ କେବଳ ରକ୍ତଭଣ୍ଡାର ଭିତରେ କାମ କରିବେ ଓ କୌଣସି ବାହ୍ୟ ଶିବିରକୁ ଯିବେନାହିଁ । ଏହାଛଡ଼ା ପ୍ରତିବାଦ ସ୍ବରୂପ ସେମାନେ କଳାବ୍ୟାଚ ପିନ୍ଧିବା ଜାରି ରଖିବେ ବୋଲି, କଣ୍ଟାବାଞ୍ଜି ରକ୍ତ ଭଣ୍ଡାର କର୍ମଚାରି ଶିବ ସାହୁ, ପ୍ରଶାନ୍ତ ସାହୁ, ଦୁର୍ଗା ତାଣ୍ଡି,ଗୁରୁବାରୁ ରଣା, ଉଲ୍ଲେଖ କରିଛନ୍ତି । ସେମାନେ ତୁରନ୍ତ ସ୍ଥାୟୀ ନିଯୁକ୍ତି , ସମାନ କାମକୁ ସମାନ ଦରମା , ପେନସନ ତଥା ଅନ୍ୟ ସରକାରୀ କର୍ମଚାରୀ ପାଉଥିବା ସୁବିଧା ସୁଯୋଗ ପ୍ରଦାନ କରିବାକୁ ଦାବି କରିଛନ୍ତି ।

Post a Comment

Previous Post Next Post