ନୂଆପଡା,(ଆଜତକ୍ ଓଡ଼ିଶା) ସମାଜରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଥାଆନ୍ତି ଯାହାଙ୍କର ଆଗକୁ ବଢିବା ପାଇଁ ଇଚ୍ଛା ଶକ୍ତି ଥିଲେ ମଧ୍ୟ ନିଜର ପରିବାରର ଆର୍ଥିକ ପରିସ୍ଥିତି ଦୁର୍ବଳତା ଯୋଗୁ ଉଚ୍ଚ ଶିକ୍ଷା ଲାଭ କରିବା ନିମନ୍ତେ ସକ୍ଷମ ହୁଅନ୍ତି ନାହିଁ l ଶିକ୍ଷା କ୍ଷେତ୍ରରେ ସମାଜକୁ ସୁଦୃଢ କରିବା ନିମନ୍ତେ ନୂଆପଡା ଗୋଣ୍ଡ ସମାଜରୁ ପ୍ରତି ବର୍ଷ ଜଣେ ସମ୍ପୂର୍ଣ୍ଣ ଅନାଥ ଛାତ୍ରଛାତ୍ରୀ କିମ୍ବା ଆର୍ଥିକ କ୍ଷେତ୍ରରେ ଅତି ଦୁର୍ବଳ ଥିବ ଛାତ୍ରଛାତ୍ରୀଙ୍କୁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ଆଡ଼ମିସନ କରାଯିବ ବୋଲି ଘୋଷଣା କରାଯାଇଛି । ଏଣୁ ଏହି ଚଳିତ ବର୍ଷ 2022 ରେ ଦଶମ ଶ୍ରେଣୀରୁ ମେଧାବୀ ଛାତ୍ର ଥବିର ମାଝୀ, ପିତା- ସନ୍ତୋଷ ମାଝୀ, ଗ୍ରାମ - ଚଟିଆଗୁଡା, ବ୍ଲକ - ସିନାପାଲି ରୁ ମାଟ୍ରିକ ପରୀକ୍ଷାରେ ୪୧୬ ନମ୍ବର ରଖି ପାସ କରିଛିନ୍ତି । କିନ୍ତୁ ତାଙ୍କର ବାପା ଭିନ୍ନକ୍ଷମ ହୋଇଥିବା ବେଳେ ତାଙ୍କର ମାଁ ଙ୍କ ମୃତ୍ୟୁ ହୋଇ ସାରିଛି ଏବଂ ତାଙ୍କର ଗୋଟିଏ ଭଉଣୀ କିସ ବିଦ୍ୟାଳୟ ରେ ପଢ଼ୁଥିବା ବେଳେ ତାଙ୍କର ବୁଢ଼ା ଦାଦା ଓ ବୁଢ଼ୀ ମାଁ ଘରେ ରହନ୍ତି, ଏପରି ଆଉ କୌଣସି ବ୍ୟକ୍ତି ନାହିଁ ଯାହା ତାଙ୍କ ପରିବାରରେ କୌଣସି ପ୍ରକାରର ଆୟ ର ପନ୍ଥା ସମ୍ଭବ ନୁହେଁ । ଏହି ଖବର ଟ୍ରଷ୍ଟ କୁ ଜଣାଇଲା ପରେ ତଥ୍ୟର ଅନୁସନ୍ଧାନ କରି ଆଜି ତାରିଖ 20/08/2022 ଶନିବାର ଦିନ ଥବିର ମାଝୀଙ୍କୁ ନେସନାଲ କଲେଜ ନୂଆପଡାରେ ଯୁକ୍ତଦୁଇ ବିଜ୍ଞାନ (+2 Science ) ରେ ଟ୍ରଷ୍ଟ ଦ୍ୱାରା ଆଡ଼ମିସନ କରାଗଲା ଓ ଆଡ଼ମିସନ ର ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଟ୍ରଷ୍ଟ ଦ୍ୱାରା ବହନ କରାଗଲା l ଏହି ଆଡ଼ମିସନ ସମୟରେ ଟ୍ରଷ୍ଟ ର ଶିକ୍ଷା ପ୍ରମୁଖ ଜିରାଖନ ମାଝୀ, ସକ୍ରିୟ ସଦସ୍ୟ ଦୟାନିଧି ମାଝୀ ଉପସ୍ଥିତ ରହି ଆଡ଼ମିସନ କରାଇଥିଲେ l*

Post a Comment