ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଆଇଏସ କାର୍ତ୍ତିକ ପାଣିଗ୍ରାହି ଙ୍କୁ ଜିଲ୍ଲାସଚେତନ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା


ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନଗରୀକ ମଞ୍ଚ ପକ୍ଷରୁ ଜିଲ୍ଲାର ପ୍ରଥମ ଆଇଏଏସ କାର୍ତ୍ତିକ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।କାର୍ତ୍ତିକ ପାଣିଗ୍ରାହୀ ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଆଇଏଏସ ହୋଇଥିବା ବେଳେ ଓଡିଶା ପ୍ରଦେଶରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟର ଗୌରବ ବଢାଇଛନ୍ତି ।ସୁବର୍ଣ୍ଣପୁର ସହରର ଗଢଭିତରର ମୂଳ ବାସିନ୍ଦା ହୋଇଥିବା ବେଳେ ଆଇଏଏସ ଭଳିଆ ସର୍ବଭାରତୀୟ ସ୍ତର ର ପରୀକ୍ଷାରେ ସେ ୬୩ତମ ସ୍ଥାନରେ ରହିଛନ୍ତି । ଆଜି କାର୍ତ୍ତିକଙ୍କୁ ସୁବର୍ଣ୍ଣପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସହରର ମେହେର ପାର୍କ ଠାରେ ଜିଲ୍ଲା ସଚେତନ ନାଗରୀକ ମଞ୍ଚ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି କାର୍ତ୍ତିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ତ୍ତିକ କହିଛନ୍ତି ମୋର ଜିଲ୍ଲାକୁ ସବୁବେଳେ ମୁଁ ଗୁରୁତ୍ବ ଦେଇ ଆସୁଛି ।ଏପରିକି ଆଗକୁ ଯୋଉଠି ବି ଥାଏ ଜିଲ୍ଲାର ଗୌରବ ବଢାଇବା ଦିଗରେ କାର୍ଯ୍ୟ କରିବି ବୋଲି କହିଥିବା ବେଳେ ଜିଲ୍ଲାର ନୂତନ ପିଢି ଆଗକୁ କିଭଳି ଭାବରେ ସଫଳତା ପାଇବେ ସେ ଉପରେ ଗୁରୁତ୍ବ ଦେବା ପାଇଁ କହିଛନ୍ତି ।

Post a Comment

Previous Post Next Post