ନୂଆପଡା (ପରମେଶୂର ମେହେର) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଥାନା ସମରସିଂ ଗ୍ରାମ ନିକଟ ଜଙ୍ଗଲ ରେ ଭାଲୁ ଆକ୍ରମଣ ରେ ତିନି ମୃତ ଦୁଇ ଗୁରୁତର।ମୃତକ ମାନେ ହେଲେ ନକୁଳ ମାଝୀ, ରତନ ମାଝୀ,ରବି ରଣା।ସେମାନେ ସକାଳେ ନିକଟସ୍ତ ଜଙ୍ଗଲ ପାଖକୁ ଵିଲ କୁ ଯାଇଥିଲେ କାମ କରିବା ପାଇଁ ,ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ପରିବାର ଲୋକେ ଗ୍ରାମବାସି ଙ୍କ ସହାୟତା ରେ ଖୋଜା ଖୋଜି କରିଥିଲେ।ଏହି ସମୟରେ ଭାଲୁ ଆକ୍ରମଣ କରିବାରୁ ଦୁଇ ଜଣ ଗୁରୁତର ହୋଇଥିଲେ।ଆହତ ଦୁଇ ଜଣ କୁନା ମାଝୀ ଓ ପରମେଶ୍ବର ମାଝୀ ଙ୍କୁ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀ ଙ୍କ ମିଳିତ ଆକ୍ରମଣ ରେ ଭାଲୁ ର ମୃତ ହୋଇଛି।
Post a Comment