ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର


କଣ୍ଟାମାଳ,(ମନଧରକର୍ମୀ)ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଧନୁପାଳି ଅଂଚଳର ପ୍ରକାଶ ସାହୁ ବାଇକ୍ ଯୋଗେ କଣ୍ଟାମାଳ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ନୁଆଁପାଲି ଛକ ନିକଟରେ ବାଇକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Post a Comment

Previous Post Next Post