ଓଡିଏଫ ପ୍ଲସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


କଣ୍ଟାମାଳ: (ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଲିପଦର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ସାର୍ଦୁଲ ନାଗ ଙ୍କ ସଭାପତିତ୍ୱ ରେ ଓ ଡି ଏଫ ପ୍ଲସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ପରାମର୍ଶ ଦାତା ଆର୍ତ୍ତତ୍ରାଣ ପାଢ଼ୀ, ପି ଇ ଓ ଦିଲ୍ଲୀପ ମଲ୍ଲିକ, ନାଏବ ସରପଞ୍ଚ ବିମଳା ଷାଣ୍ଢ, ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ର ଯୋଗ ଦେଇ ଓଡିଏଫ ପ୍ଲସ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ପରିଚାଳନା କରିଥିବା ବେଳେ ଦିଲ୍ଲୀପ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମପଞ୍ଚାୟତ ର ସ୍ବେଛାଗ୍ରାହୀ ଗୋବିନ୍ଦ ନାଏକ, ପଦ୍ମନାଭ ବିଶ୍ୱାଳ, ୱାର୍ଡ଼ ସଭ୍ୟ, ସଭ୍ୟା, ସ୍ଵଂୟ ସହାୟକ ଗୋଷ୍ଟୀ ର ସଦସ୍ୟା ମାନେ ଯୋଗ ଦେଇଥିଲେ ।

Post a Comment

Previous Post Next Post