ସୁବର୍ଣ୍ଣପୁର (ଗଣପତିବାଘ) ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ତା.୨ଜୁଲାଇ ୧୯୬୪ ମସିହା କୁ ସ୍ମରଣ କରି ମହାବିଦ୍ୟାଳୟର ୧୧ ନମ୍ବର ଶ୍ରେଣୀ ଗୃହ ରେ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ କୁ ଏକ ସଂକଳ୍ପ ଦିବସ ଭାବରେ ଅଭିହିତ କରି ମହାବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଦିବସରେ + ୩ କଳା ଓ ବିଜ୍ଞାନ ପରୀକ୍ଷାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ତରଫରୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଜ୍ୟୋତିର୍ମୟୀ ବାରିକ ( ଓଡ଼ିଆ ସମ୍ମାନ ), ଝସକେତନ ପ୍ରଧାନ ( କମ୍ପୁଟର ଵିଜ୍ଞାନ ), ସ୍ବର୍ଣ୍ଣଲିକା ମାହାଣା ( କମ୍ପୁଟର ବିଜ୍ଞାନ ), ସୋନାଲି ସାହା ( ରସାୟନ ବିଜ୍ଞାନ ), ଜମିଲ ମହାନନ୍ଦିଆ, କୁନା ବଣ୍ଡକି (ସଂସ୍କୃତ), ଆଶୁତୋଷ ବସ୍ତିଆ ( ପଦାର୍ଥ ବିଜ୍ଞାନ ), ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଝସକେତନ ପ୍ରଧାନ ଙ୍କୁ ସର୍ବ ଶ୍ରେଷ୍ଠ ଗ୍ରାଜୁଏଟ ଭାବରେ ସ୍ବର୍ଗତ ଶ୍ୟାମ ସୁନ୍ଦର ମିଶ୍ର ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା । ସଭାରେ ଆଶୀଷ କୁମାର ଅଗ୍ରୱାଲ ଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଅଧ୍ୟାପକ ଡ଼ଃ. ସୌରଭ ରଞ୍ଜନ ଖମାରୀ ସଭାକୁ ସଂଯୋଜନା କରିଥିବା ବେଳେ ଉପାଧ୍ୟକ୍ଷ ଅଶ୍ୱିନୀ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ ।
ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment