ହରଭଙ୍ଗା, (ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରାଣୀମିତ୍ର ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ପ୍ରାଣିଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ଉଦ୍ୟମ ରେ ଅନୁଷ୍ଠିତ ଏହି କର୍ମଶାଳା ରେ ମତ୍ସ ଓ ପ୍ରାଣୀ ପାଳକ ସହ ଜଡିତ ପ୍ରାଣୀମିତ୍ର ମାନେ ଯୋଗଦେଇଥିଲେ। ଡା. ପୃଷ୍ଟି ବିଭିନ୍ନ ରୋଗ ନିରାକାରଣ ପାଇଁ ଉଦ୍ଧିଷ୍ଟ ଟୀକା କରଣ ଓ ପଦ୍ଧତି ସମ୍ବନ୍ଧୀୟ ସତର୍କତା ବିଷୟରେ ବ୍ୟାଖ୍ୟା କରିଥିଲେ। ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ପ୍ରାଣୀମିତ୍ର ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ!ଓଡ଼ିଆ ଜୀବିକା ମିଶନ ର ହରଭଙ୍ଗା ବ୍ଲକ କୋଡିନେଟର ବେଣୁଧର ମହାପାତ୍ର ଉକ୍ତ ଶିବିରରେ ଉପସ୍ଥିତ ରହି ନିଜର ମତ ରଖିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଲକ୍ଷ୍ମଣ ମଲ୍ଲିକ, ନୀଳାଞ୍ଚଳ ମିଶ୍ର, ସଞ୍ଜୟ ସାହୁ ନିର୍ମଳ ପ୍ରଧାନ ପ୍ରମୁଖ ସମ୍ପୂର୍ଣ ମାତ୍ରରେ ସହଯୋଗ କରିଥିଲେ।
ପ୍ରାଣୀମିତ୍ରଙ୍କ ଦକ୍ଷତା ବିକାଶ ତାଲିମ ଶିବିର
ଆଜତକ ଓଡ଼ିଶା
0
Post a Comment