ପରିଶ୍ରମର ଫଳ ସବୁ ବେଳେ ମଧୁର : ଏସଏସକେପି ତରଫରୁ ମେଧାବୀ ଛାତ୍ରୀଙ୍କୁ ସମ୍ୱର୍ଦ୍ଧନା

 


ସିନାପାଲି, (ପରମେଶ୍ବର ମେହେର) ସ୍ଥାନୀୟ ସ୍ୱର ସଙ୍ଗମ କଳା ପରିଷଦ ତରଫରୁ ରବିବାର ସିନାପାଲି ବ୍ଲକର ମେଧାବୀ ଛାତ୍ରୀଙ୍କୁ ଉପଢ଼ୌକନ ଦେଇ ସମ୍ୱର୍ଦ୍ଧିତ କରାଯାଇଛି । ଗତ ମାଟ୍ରିକ ପରୀକ୍ଷାରେ ନୂଆପଡ଼ା ଜିଲ୍ଲା ଟପର୍ ହୋଇଥିବା ରିତୁପର୍ଣ୍ଣା କୁଣ୍ତୁ ଏବଂ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କରୀସ୍ମା ମେହେରଙ୍କ ସହ ତୃତୀୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ସିନାପାଲି ବ୍ଲକ ଟପର୍ ହୋଇଥିବା ଶ୍ରୀୟା ମେହେରଙ୍କୁ ପରିଷଦର ଉପସଭାପତି ଅଧ୍ଯାପକ ନବୀନଚଂଦ୍ର ମେହେର, ସଂପାଦକ ସ୍ତମ୍ଭକାର ବୈଷ୍ଣବ ମେହେର ଓ ପରିଚାଳକ କବି ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ସମ୍ୱର୍ଦ୍ଧିତ କରିଛନ୍ତି । ତିନି ମେଧାବୀ ଛାତ୍ରୀଙ୍କୁ ସିନାପାଲି ଅଂଚଳର ଗୌରବ ବୋଲି ଅଭିହିତ କରିବା ସହ ପରିଷଦ ତରଫରୁ ସେମାନଙ୍କ ଉଜ୍ଜଳ ଭବିଷ୍ଯତ କାମନା କରାଯାଇଥିଲା । ଆବଶ୍ଯକ ପରିଶ୍ରମ ଦ୍ୱାରା ସଫଳତାର ସ୍ୱାଦକୁ ଚାଖି ହୁଏ ବୋଲି ଏ ଅବସରରେ ମେଧାବୀ ଛାତ୍ରୀମାନେ ମତ ବ୍ଯକ୍ତ କରିଥିଲେ । କାର୍ଯ୍ଯକ୍ରମରେ ଅଭିଭାବକ ରବିଂଦ୍ର କୁଣ୍ତୁ, ମିନତୀ କୁଣ୍ତୁ, କ୍ଷିରସିନ୍ଧୁ ମେହେର, କିଶୋର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post