ଦେଶୀ ମଦଭାଟି ଉଛେଦ ପାଇଁ ସ୍ୱର ଉଠାଇଲେ ପଂଚାୟତ ବାସି


ହରଭଙ୍ଗା :(ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ର ବଣପାହାଡଘେରା ହରଭଂଗା ବ୍ଲକର ତଳଗାଁ ପଂଚାୟତ ରେ ଗତ ୨୦୧୦/୨୦୧୧ମସିହାହାରେ ସରକାରଂକ ଦ୍ବାରା ଦେଶି ମଦଭାଟି ଚାଲିଥିଲା ସେହି ମଦ ପିଇ ୬ମାସ ମଧ୍ୟରେ ଗୁଡାଏ ଲୋକ ପ୍ରାଣ ହରାଇଥିଲେ । ତତ୍ ପରେ ପଂଚାୟତ ର ସମସ୍ତ ମହିଳା ପୁରୁଷ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନକୁଗୁହାରୀକରି ଶେଷରେ ହଜାର ହଜାର ସଂଖ୍ଯା ରେ ମହିଳା ପୁରୁଷ ୫୭ନମ୍ବର ଜାତୀୟ ରାଜପଥରେ ଦିନରାତି ଏକକରି ୩୬ ଘଣ୍ଟା ରାସ୍ତା ଅବରୋଧ କରିବା ପରେ ସଂଗେ ସଂଗେ ଭାଟିକୁ ଉଛେଦ କରାଯାଇଥିଲା!ସେହିଦିନଠାରୁ ସେହି ରାସ୍ତା ରେ ଝିଅ ଭଉଣି ସାଧାରଣ ଜନତା ନିରାପଦ ରେଯିବା ଆସିବା କରୁଥିଲେ । ହେଲେ ବର୍ତ୍ତମାନ ପୁଣି ତଳ ଗାଁ ପଂଚାୟତ ର କଣ୍ଟିସର ଏରିଆରେ ଦେଶି ମହୁଲି ଭାଟି ହେବାପାଇଁ ସରପଂଚଙ୍କ ଅନୁମତିକ୍ରମେ ସରକାର ଏକ ଭାଟି ମଞ୍ଜୁର କରିଛନ୍ତି । ଏଣୁ ଉକ୍ତ ଭାଟିକୁ ବନ୍ଦ କରିବାପାଇଁ ଆଜି କଣ୍ଟିସରଓ୍ବାଡମେମ୍ବର ଶ୍ରୀମତୀ କାନ୍ତ ଲତା କହଁର, ନାରାୟଣ ମଲିକ, ଦୁର୍ଯ୍ୟୋଧନ ମଲିକ, ମଧୁସୁଦନ ମଲିକ, ଗୋପିନାଥ ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ଧନେଶ୍ଵର ଦେହୁରୀ, ପୁରସ୍ତମନାୟକ ଓ ପଂଚାୟତ ର ଅନ୍ୟ ଗ୍ରାମର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ପାଳ ଓ ଜିଲ୍ଲା ଅବକାରୀଅଧିକାରୀଂକୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଯଦି ଏଥିରେ ବିଚ୍ୟୁତି ହେଲେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇ ବା ପାଇଁ ବାଧ୍ଯ ହେବୁ ବୋଲି ଚେତାବନୀ ଦେଇଛନ୍ତି।



Post a Comment

Previous Post Next Post