ନୂଆପଡା,(ପରମେଶ୍ବର ମେହେର )ନୂଆପଡା ଜିଲ୍ଲାର ସରକାରୀ ଜନଶକ୍ତି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଯୋଗେନ୍ଦ୍ର ନାଥ ଦଣ୍ଡସେନା ଦୁଇମାସ ତଲେ ସସ୍ପେଣ୍ଡ ହୋଇ ଚର୍ଚ୍ଚା କୁ ଆସିଥିଲେ । ସସ୍ପେଣ୍ଡ ପରେ ବାର ଟି ଆଲମିରା, ମେନ ଗେଟ ଓ ଷ୍ଟକ ରୁମ ଗୁଡିକୁ ତାଲା ମାରି ଚାବି କିମ୍ବା ଚାର୍ଜ ଦେଇନଥିଲେ । ତାଙ୍କୁ ସମସ୍ତ ଶିକ୍ଷା ଅଧିକାରୀ ମାନେ ଡାକିଲେ ସୁଦ୍ଧା ଭ୍ରୁକ୍ଷେପ କରିନଥିବାରୁ ତହସିଲଦାର ଜୟସେନ ଧାରୁଆ ମାଗିଷ୍ଟେଟ ଆକାରରେ ଆସି ପୋଲିସ କୁଳମଣି ବରୁଡ଼ା ତଥା ବିଇଓ ପ୍ରେମାନନ୍ଦ ନାୟକ, ସିଅରସୀ ନବବସନ୍ତ ଯୋଶୀ ଙ୍କଉପସ୍ଥିତି ରେ ସମସ୍ତ ଆଲମିରା ଓ ଷ୍ଟକ ରୁମ ତାଲାଭଙ୍ଗୀ ଶ୍ରୀ ଅନନ୍ତ ରାମ ମେହେର ଙ୍କୁ ପ୍ରଧାନ ଶିକ୍ଷକ ଭାବେ ଭାର ଦିଆଯାଇଛି ।
ଏଥିରେ ସ୍କୁଲ ମ୍ୟାନେଜଂ କମିଟର ସଦସ୍ୟ ଚନ୍ଦ୍ର ମାଝୀ, ମଦନମୋହନ ପ୍ରଧାନୀ, ଜଗତ ରାମ ଦଣ୍ଡସେନା, ଗିରି ଧାରୀ ଦଲ, ମଞ୍ଜୁଲତା ଦଂସେନା, ମଝିଆ ମାଝୀ, ମହେନ୍ଦ୍ର ବାଗ, ଖେମଳତା ଦଣସେନା, ଡବଲ ମାଝୀ, ସଂଗୀତ। ମାଝୀ, ଭୋଜରାଜ ମାଝୀ ନୂତନ ଛତ୍ରିଆ, ଲିଙ୍ଗରାଜ ମାଝୀ, ଭାଗିରଥି ଦଣ୍ଡସେନା, ଦେବରାଜ ଦଲ, ଜୟପ୍ରଭା ବଙ୍ଗୋଳା ସମେତ ଗ୍ରାମର ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ସ୍କୁଲ ର ଶିକ୍ଷକ ମାନଙ୍କର ମଧ୍ୟରେ ଦିଲୀପ ଦାସ, ଦାନୀ ବାବୁ, ସାହୁ ସାର, ଜ୍ୟୋତି ବାଗ, ଲଳିତା ମାଝୀ, ମୁକ୍ତା ଦଳ ମଧ୍ୟ ଉପସ୍ଥିତ ଥିବାବେଳେ ଛାତ୍ରଛାତ୍ରୀ ମାନେ ଖୁସି ଅନୁଭବ କରିଛନ୍ତି । ତହସିଲଦାର, ବିଇଓ ସାର ଏଣୁଏଣିକି ସ୍କୁଲ ସୁରୁଖୁରୁରେ ଚାଲିବାସଙ୍ଗେ ଦୋଷୀ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି ।
Post a Comment