ତିଲେଶ୍ୱର ସମବାୟ ସମିତି ର ସଭାପତି ନିର୍ଦ୍ବନ୍ଦରେ ନିର୍ବାଚିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ସେବା ସମବାୟ ସମିତି ଲିଃ ର ସଭାପତି ପଦ ପାଇଁ ନିର୍ଦ୍ୱନ୍ଦ ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନା ଅନୁଯାୟୀ ତିଲେଶ୍ୱର ସେବା ସମବାୟ ସମିତି ଲିଃରେ ପ୍ରାଥମିକ ନିର୍ଦ୍ଦେଶକ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଥିଲା । ଏଥିରେ ୧୩ ଟି ନିର୍ଦ୍ଦେଶକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଏବଂ ୨ ଟି ନିର୍ଦେଶକ ପଦ ପାଇଁ ଯଥାକ୍ରମେ ଗୋଟିଏ ରେ ୨ ଜଣ ଓ ଅନ୍ୟଟିରେ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଗୋଟିଏ ନିର୍ଦେଶକ ପଦରେ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ନାକଚ ହୋଇଥିବା ବେଳେ ଅନ୍ୟଟିରେ ୨ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ । ପରେ ନିର୍ବାଚନ ଅଧିକାରୀ ୧୫ ଜଣ ନିର୍ଦେଶକ ଙ୍କୁ ନିର୍ଦ୍ୱନ୍ଦ ଭାବେ ନିର୍ବାଚିତ ଘୋଷଣା କରିଥିଲେ । ଚଳିତ ମାସ ୬ ତାରିଖ ଦିନ ସଭାପତି ପଦ ନିର୍ବାଚନ ପାଇଁ ୨୦ ତାରିଖ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ଜାରି କରିଥିଲେ ନିର୍ବାଚନ ଅଧିକାରୀ । ଆଜି ୧୫ ଜଣ ନିର୍ଦେଶକ ମଧ୍ୟରୁ ବିଜୟ କୁମାର ବେହେରା ଜଣେ ମାତ୍ର ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କୁ ନିର୍ଦ୍ୱନ୍ଦ ଭାବେ ବିଜୟୀ ଘୋଷିତ କରିଛନ୍ତି ନିର୍ବାଚନ ଅଧିକାରୀ ବିରଞ୍ଚି କାଲସେ ।

Post a Comment

Previous Post Next Post