ଅଗ୍ନିପଥ ଯୋଜନା ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ


ସୁବର୍ଣ୍ଣପୁର(ଗଣପତିବାଘ) କେନ୍ଦ୍ର ସରକାର ଙ୍କ ଅଗ୍ନିପଥ ଯୋଜନା ବିରୁଦ୍ଧରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସତ୍ୟାଗ୍ରହ ଡାକରା ଦେଇଚି । ଦେଶର ସୁରକ୍ଷା ବିରୋଧି ଓ ଯୁବ ବିରୋଧୀ ଯୋଜନା ଦର୍ଶାୟୀ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟମ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।କେନ୍ଦ୍ର ରେ ବିଜେପି ସରକାର ଅଗ୍ନିପଥ ଯୋଜନା ରେ ସେନାବାହିନୀ ରେ ଯୁବ ପିଢ଼ି ଭର୍ତି ହେବା ପରେ କାର୍ଯ୍ୟ କାଳ ର ସମୟ ମାତ୍ର ଚାରି ବର୍ଷ ଥିବା ବେଳେ ଯୁବକ ସେନାବାହିନୀ ରେ ନିଜ ସ୍ଥାୟିତ୍ୱ ହାସଲ କରିବାର ସମୟସୀମା ନାହିଁ ।ଏପରିକି ଅଗ୍ନିପଥ ଯୋଜନା ବିରୁଦ୍ଧରେ ଦେଶ ର କୋଣ ଅନୁକୋଣ ରେ ପ୍ରତିବାଦ ଉପୁଜି ଥିବା ବେଳେ ଅନେକ ଯୁବକ ଯୁବତୀ ରାଜ ରାସ୍ତା ରେ ଆନ୍ଦୋଳନ ରତ ଅଛନ୍ତି । ଏବେ କଂଗ୍ରେସ ଦଳ ପକ୍ଷରୁ ଚାରିଆରେ ସତ୍ୟାଗ୍ରହ କରାଯାଉଛି ।ତେବେ କେନ୍ଦ୍ର ସରକାର ତୁରନ୍ତ ଏହି ଯୋଜନାକୁ ପ୍ରତ୍ୟାହାର କରିବା ସହିତ ସେନାବାହୀନିକୁ ଘରୋଇ କରଣ କରିବା ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି ।ଏହି ବିକ୍ଷୋଭ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି ା

Post a Comment

Previous Post Next Post