ସୁବର୍ଣ୍ଣପୁର(ଗଣପତିବାଘ) ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ର ମୁକାବିଲା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । । ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ ଏହି ବୈଠକରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଳା ପାଇଁ ବିଭିନ୍ନ ବିଭାଗ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ସମୟରେ ଯାହା ସବୁ ପଦକ୍ଷେପ ନେବେ ସେ ଉପରେ ବିଭାଗୀୟ ଅଧିକାରୀ ମାନେ ନିଜସ୍ୱ ମତାମତ ରଖି ତାହାର ତଥ୍ୟ ଦୃଶ୍ୟ ଶ୍ରାବ୍ୟ ଯନ୍ତ୍ର ମାଧ୍ୟମରେ ଉପସ୍ଥାପନା କରିଥିଲେ । ଜିଲ୍ଲପାଳ ଶ୍ରୀମତୀ ନରୱଣେ ବିଭାଗ ମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମର ତଥ୍ୟ ଗୁଡିକର ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟା ର ସଠିକ ଓ ବ୍ୟବସ୍ଥିତ ମୁକାବିଳା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସହଯୋଗ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଅଦ୍ୟ କାର୍ଯ୍ୟକ୍ରମ ରେ ଜାତୀୟ ବିପର୍ଯୟ ପ୍ରଶମନ ବାହିନୀ ର ଇନ୍ସପେକ୍ଟର ଶ୍ରୀ ୟୁ ସୀ ପ୍ରସାଦ ବନ୍ୟା ର ମୁକାବିଳା ନିମନ୍ତେ ଏନ ଡି ଆର ଏଫ ର ଭୂମିକା ଉପରେ ଆଲୋକପାତ କରିଥିଲେ । ଆସନ୍ତା କାଲି ତା ୧୯/୦୬/୨୨ ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲାରେ ଥିବା ୬ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ମକ ଡ୍ରିଲ ଅନୁଷ୍ଠିତ ହେବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ ନିହାର ରଞ୍ଜନ କଁହର, ଉପ ଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ ଭୋଇ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ପ୍ରମୁଖ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀଣୀ ସୁଶ୍ରୀ ପ୍ରୟାଶୀ ପ୍ରଧାନ ବୈଠକ ର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ଜରୁରୀ ଶାଖାର ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ, ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପ୍ରସ୍ତୁତି ପାଇଁ ଟେବୁଲ ଟପ ଏକ୍ସରସାଇଜ ବୈଠକ
ଆଜତକ ଓଡ଼ିଶା
0
Post a Comment