ସୁବର୍ଣ୍ଣପୁର ସହର ରେ ନୂତନ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ର ଉଦଘାଟିତ


ସୁବର୍ଣ୍ଣପୁର(ଗଣପତିବାଘ)ବହୁ ପ୍ରତିକ୍ଷିତ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ନବ ନିର୍ମିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି ।ଦୀର୍ଘ ଦିନରୁ ଜିଲ୍ଲା ସଦର ମହକୁମା ଝୁପୁଡି ପଡା ନିକଟରେ ତିଆରି ଚାଲିଥିବା ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟବର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଝାରୀଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରଓ୍ବେଣେ ଅଧ୍ୟକ୍ଷତା କରିଥିବା ବେଳେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ଙ୍କ ସମତେ ଜିଲ୍ଲାର ଜନ ପ୍ରତିନିଧିମାନେ ଯୋଗଦେଇଥିଲେ ।


୧୪କୋଟି ୪ଲକ୍ଷ ୯୦ହଜାର ଟଙ୍କାରେ ନିର୍ମିତ ଏହି ନୂତନ କୋଠାରେ ୫୦ଶଯ୍ୟା କରାଯାଇଥିବା ବେଳେ ଜିଲ୍ଲାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଓ ଏହାଦ୍ବାରା ଜିଲ୍ଲା ସମତେ ପୋଡଶୀ ବୌଦ୍ଧ ଜିଲ୍ଲାର ଲୋକେ ଉପକୃତ ହେବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ତେବେ ଏହି କୋଠାକୁ ଲାଗି ଏବେ ନୂତନ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ତିଆରି ଚାଲିଥିବା ବେଳେ ଅତିଶିଘ୍ର ଏହାକୁ ବି ଲୋକଙ୍କ ସେବାରେ ଲଗାଯିବ ବୋଲି କହିଛନ୍ତି ଅତିଥିମାନେ ।

Post a Comment

Previous Post Next Post