ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣି ଡୁଗୁମାଳି ଜଙ୍ଗଲରୁ ଏକ ଅର୍ଦ୍ଧଦଦ୍ଘ ମୃତ ଦେହ ଉଦ୍ଧାର। ମୃତଦେହଟି ବିନିକା ଥାନା ବାଉଁଶୁଣି ଗ୍ରାମର ସୁରେଶ ଭୁଏ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସୁରେଶ ଏକ ମାନସିକ ରୋଗୀ ହୋଇଥିବାରୁ ଘରୁ ମଝିରେ ମଝିରେ ଚାଲିଯାଇଥାନ୍ତି । ଗଲା ପରେ କିନ୍ତୁ ଦୁଇରୁ ତିନିଦିନ ମଧ୍ୟରେ ଘରକୁ ଫେରିଆସନ୍ତି । କିନ୍ତୁ ଗତ କିଛିଦିନ ତଳେ ଘରୁ ଯାଇଥିଲେ ମଧ୍ୟ ଆଉଫେରିନଥିଲେ। ହେଲେ ସେହି ଦିନ ଠାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ନପାଇବାରୁ ବିନିକା ପୋଲିସରେ ଲିଖିତ ଭାବରେ ଜଣାଇଥିଲେ । ଆଜି ସକାଳୁ ଜଙ୍ଗଲକୁ ମହିଳା ମାନେ ଯାଉଥିବ ସମୟରେ ମୃତଦେହଟି ପଡିଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପରେ ଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାଯାଇଛି ।
ବାଉଁଶୁଣି ଡୁଗୁମାଳି ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଆଜତକ ଓଡ଼ିଶା
0
Post a Comment