ଦୁର୍ଘଟଣା ରୋକିବାକୁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା): ବୌଦ୍ଧ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ଏହାକୁ ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ଗତ ସଡକ ସୁରକ୍ଷା ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଜିଲ୍ଲାରେ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଭାବରେ ବସନ୍ତ କୁମାର ମହାନ୍ତି ଯୋଗଦେବାପରେ ଦୁର୍ଘଟଣା ସଂଖ୍ୟା କମାଇବାକୁ ଯୋଜନା କରି ମଇ ୧୫ ତାରିଖ ଠାରୁ ମଇ ୨୨ ଏକ ସପ୍ତାହ ବ୍ୟାପୀ ଗାଡିଚାଳକମାନଙ୍କୁ ସଚେତନ କରାଇବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସପ୍ତାହ ମଧ୍ୟରେ ବ୍ୟାପକ ଭାବରେ ଗାଡି ମୋଟର ଯାଞ୍ଚ କରାଯିବା ସହିତ ବେପରୁଆ ଗାଡିଚାଳକଙ୍କ ନାମରେ ଚାଲାଣ କରାଯାଇଥିବା ଜଣାଯାଇଛି । ମିଳିଥିବା ସୂଚାନ ମୁତାବକ ୪ ଦିନ ମଧ୍ୟରେ ୧୫୯ ଜଣ ଗାଡିଚାଳକଙ୍କ ନାମରେ ଚାଲାଣ କଟାଯାଇଛି । ସେହିପରି ମଧ୍ୟରେ ବିନା ହେଲମେଟ ରେ ଯାତ୍ରା କରୁଥିବା ୮୭ ଜଣ ବାଇକ୍ ଚାଳକଙ୍କ ନାମରେ ଚାଲାଣ କଟାଯାଇଥିବାବେଳେ ଦୁଇରୁ ଅଧିକ ଯାତ୍ରୀ ବସି ବାଇକ୍‌ରେ ଯାତ୍ରା କରୁଥିବା କାରଣରୁ ୧୦ ଜଣ ଓ ୨୫ ଜଣ ଗାଡି ଚାଳକଙ୍କ ଲାଇସେନ୍ସ ନିଳମ୍ବିତ କରାଯାଇଥିବା ଜଣାଯାଇଛି । ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଲଗାତାର ଭାବରେ ସପ୍ତାହ ବ୍ୟାପୀ ଏହି ଚଢାଉ ଦ୍ୱାରା ବେପରୁଆ ଗାଡି ଚାଳକଙ୍କ ଉପରେ ଲଗାମ ଲାଗି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।

Post a Comment

Previous Post Next Post