ହାତୀ ଆକ୍ରମଣରେ ,ଯୁବକ ଗୁରୁତର


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ହାତୀ ଆକ୍ରମଣ ରେ ଯୁବକ ଗୁରୁତର। ଏଭଳି ଘଟଣା ଘଟିଛି ବସ୍ତା ବ୍ଲକ ସରଡ଼ିହା ଗ୍ରାମରେ। ସୂଚନା ମୁତାବକ ଗତ କାଲି ରାତିରେ ୭୨ ଟିକିଆ ହାତୀ ଗୋଠ ପଲ ବାଲେଶ୍ୱର ଓ ମୟୁରଭଞ୍ଜ ସୀମାନ୍ତ ଅଞ୍ଚଳରେ ଉପଦ୍ରବ କରୁଥିଲେ। ତେବେ ଆଜି ପତ୍ରଝଡା ପଞ୍ଚାୟତ ସରଡ଼ିହା ଗ୍ରାମରେ ହାତୀପଲ ଚାଷ ଜମି ନଷ୍ଟ କରୁଥିବା ବେଳେ ବନବିଭାଗ ହାତୀ ଘଉଡ଼ାଉ ଥିବାବେଳେ, ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ। ତେବେ ଏକ ଗୋଠ ଛଡା ହାତୀ ଲୋକଙ୍କୁ ଆଡ଼କୁ ମାଡି ଆସି ଲକ୍ଷ୍ମୀନାରାୟଣ କିସ୍କୁଙ୍କ ଆକ୍ରମଣ କରିଥିଲା। ତେବେ ଖବର ପାଇ ଗୁରୁରତ ଅବସ୍ଥାରେ ବସ୍ତା ଅଗ୍ନିଶମ ବିଭାଗ ଉଦ୍ଧାର କରି ବସ୍ତା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ଅବସ୍ଥା ସଂକାଟା ପନ୍ନ ଥିବାରୁ ବାଲେଶ୍ଵର ମୁଖ୍ୟ ଚିକତ୍ସା ଳୟକୁ ୧୦୮ ଯୋଗେ ସ୍ଥାନାନ୍ତର କରାଯାଇଛି।

Post a Comment

Previous Post Next Post