ବୌଦ୍ଧ , (ସୁଶାନ୍ତ କୁମାର ବେହେରା) ଆଜି ଦିବା ୧୧ ଘଟିକା ସମୟରେ ଟାଉନ ହଲ, ବୌଦ୍ଧ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ଏନ. ଏ. ସି. ମୃତ୍ୟୁଞ୍ଜୟ ମିଶ୍ର, ଉପ -ନଗରପାଳ ସୁବାସିନୀ ସେଠୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଯୋଗ ଦେଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ, ବୌଦ୍ଧଗଡ଼ ଏନ. ଏ. ସି. ଇଂ. ମନୋରଞ୍ଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ନଗରପାଳ ଶ୍ରୀ ମିଶ୍ର ହିତାଧିକାରୀ ମାନେ କାର୍ଯ୍ୟୟ ଦେଶ ପାଇବା ମାତ୍ରେ କାମ ଯଥା ଶୀଘ୍ର ଆରମ୍ଭ କରିବାକୁ ସମସ୍ତ ହିତାଧିକାରୀ ଙ୍କୁ ଆହ୍ୱାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀ ମିଶ୍ର ଯୋଗ ଦେଇ କାର୍ଯ୍ୟୟ ଦେଶ ରୁ ପ୍ରକୃତ ହିତାଧିକାରୀ ସୁଫଳ ପାଇବା ସହ ନିର୍ଧାରିତ ସମୟ ଭିତରେ କଲେ ପ୍ରୋତ୍ସାହନ ରାଶି ମିଳିବ ବୋଲି ମତ ବ୍ୟକ୍ତ କରିବା ସହ ସମସ୍ତ ଅତିଥି, ସମସ୍ତ କାଉନସିଲର, ଇ. ଓ. ଶ୍ରୀ ପଣ୍ଡା ୩୪ ଟି ନିଜସ୍ୱ ପଟା ଏବଂ ୨୩୫ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଗୋଷ୍ଠି ସଂଗଠିକା ସୁପର୍ଣ୍ଣା ମହାନ୍ତି, ଯାଗl ସଂଯୋଜିକା ରାହୁଲ ପାଳ, ପରାମର୍ଶ ଦାତା ଜଗମୋହନ ମହାରଣା, ଏନ. ଏ. ସି. ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ କାଉନସିଲର, ଗଣ ମାଧ୍ୟମ ପ୍ରତିନିଧି, ବସ୍ତି ବାସିନ୍ଦା, ସମସ୍ତ ୱାର୍ଡ ର ହିତାଧିକାରୀ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଇ ଓ ଶ୍ରୀ ମିଶ୍ର ପରିଚାଳନା କରିଥିଲେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ
ଆଜତକ ଓଡ଼ିଶା
0
Post a Comment