ଚିଟଫଣ୍ଡ ଜମାକାରୀ ଙ୍କ ଗଣସତ୍ୟାଗ୍ରହ


ସୁବର୍ଣ୍ଣପୁର (ଗଣପତିବାଘ) ପୁଣି ତାତିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ । ଆର୍ଥିକ ସଂସ୍ଥାମାନଙ୍କଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ର ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା କସ୍ତୁରୀ ହୋଟେଲ ସଭା କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମିଳିତ ମଞ୍ଜର ରାଜ୍ୟ ସଂପାଦକ ମଧୁସୁଦନ ବିଶ୍ବାଳ ଓ ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧିଙ୍କ ନେତୃତ୍ବ ତଥା ସୋମନାଥ ପ୍ରଧାନ ଓ କିଶୋର ବଗର୍ତି ଙ୍କ ସଭାପତିତ୍ବ ରେ ଜମାକାରୀମାନଙ୍କ ର ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜମାକାରୀମାନେ ନିଜ କଷ୍ଟର୍ଜିତ ଟଙ୍କା ଫେରେଇଇବା ପାଇଁ ଅନ୍ତିମ ପର୍ଯ୍ୟାୟ ଲଢେଇ କରିବାକୁ ଭୁବନେଶ୍ୱର ଯିବେ ବୋଲି ନିଷ୍ପତି ନେଇଛନ୍ତି |ସରକାର ଆଜିକୁ ଦୀର୍ଘ ୯ବର୍ଷ ଧରି ଜମାକାରୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଜମାକାରୀଙ୍କ ଟଙ୍କା ଫେରେଉନାହାନ୍ତି ବୋଲି ଜମାକାରୀମାନେ କ୍ଷୋଭ ପ୍ରକାଶ କରିବା ସହ ଏବେ ଆର ପାର ଲଢେଇ ରେ ସାମିଲ ହୋଇ ଭୁବନେଶ୍ୱର ଯିବାକୁ ସପଥ ନେଇଛନ୍ତି । ଯେ ପର୍ଯ୍ୟନ୍ତ ପଇସା ମିଳବାର ପ୍ରତିଶୁତି ସରକାର ଦେଇ ନାହାନ୍ତି ଭୁବନେଶ୍ୱର ରୁ ଆଉ ଗାଁ କୁ ଫେରିବେ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି 

Post a Comment

Previous Post Next Post