ବାଲେଶ୍ଵର,(ପ୍ରଭାକର ମଲ୍ଲିକ) କଥାରେ ଅଛି ରକ୍ତଦାନ ମହାପୁଣ୍ୟ । ଆଜିର ବିଜ୍ଞାନ ଯୁଗରେ ଲୋକେ ଚନ୍ଦ୍ରପୃଷ୍ଠରେ ଜାଗା କିଣୁଥିବା ବେଳେ ବାସ୍ତବରେ ରକ୍ତ ମଣିଷ ଦେହରେ ପ୍ରାକୃତିକ ଉପାୟରେ ସୃଷ୍ଟି ହେଉଥିବା ବେଳେ ଅନ୍ୟ ରାସ୍ତା କିଛି ନାହିଁ । କିନ୍ତୁ ପ୍ରତ୍ୟେକ ଦିନ ରକ୍ତ ଅଭାବରୁ ଶହଶହ ଲୋକଙ୍କର ଜୀବନ ଜାଉଛି । କେବଳ ଜଣେ ମଣିଷ ଅନ୍ୟ ମଣିଷକୁ ରକ୍ତଦେଇ ବଞ୍ଚାଇପାରିବ । ରକ୍ତ ଅଭାବରୁ ମୃତ୍ୟୁରୁ ଜୀବନକୁ ରକ୍ଷା କରିବାକୁ ହେଲେ ରକ୍ତଦାନ ଶିବିର ଦ୍ବାରା ରକ୍ତ ସଂଗ୍ରହ ଜରୁରୀ ହୋଇ ପଡ଼ିଛି । ତେବେ ରକ୍ତ ଅଭାବକୁ ହୃଦୟଙ୍ଗମ କରି ଆଜି ସାମାଜିକ ସଂଗଠନ ମେଁ ଆଇ ହେଲ୍ପ ୟୁ ମୋ ପରିବାର ବାଲିଆପାଳ ଶାଖା, ରାଧାକୃଷ୍ଣ ଜିୟୁ ଟ୍ରଷ୍ଟ ଏବଂ ଛୟାଳିୟା ବାସନ୍ତୀ ପୂଜା କମିଟିଙ୍କ ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଛୟାଳିୟା ବାସନ୍ତୀ ପୂଜା ମଣ୍ଡପରେ ଆୟୋଜିତ ହୋଇଯାଇଛି । ଦୈନିକ ଖବରକାଗଜ ସେଇଠୁ ଆରମ୍ଭର ସଂପାଦକ ସୁଭେନ୍ଦୁ ଦାସ୍ ଫିତାକାଟି ଶିବିରକୁ ଶୁଭାରମ୍ଭ କରିଥିଲେ। ଉକ୍ତ ଶିବିରରେ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଜିଲ୍ଲା ରକ୍ତଦାତା ସଙ୍ଘର ସଭାପତି କମଲ କୁମାର ଚକ୍ରବର୍ତ୍ତି, ସାମାଜିକ ସଂଗଠନ ମେଁ ଆଇ ହେଲ୍ପ ୟୁ ମୋ ପରିବାର ବାଲିଆପାଳ ଶାଖାର ସଭାପତି ରାଜକିଶୋର ପାତ୍ର, ସମ୍ପାଦକ ପ୍ରଭାତ କୁମାର ଦାସ, କୋଷାଧକ୍ଷ ଜୟନ୍ତ ହଟେଇ ସହିତ ଶାଖାର ଅନ୍ୟ କର୍ମକର୍ତ୍ତା, ଜଳେଶ୍ଵର ସଂଗଠନର ମୁଖ୍ୟ ଜଗନ୍ନାଥ ପରିଡା, ଭୋଗରାଇ ଶାଖା ସଭାପତି ପ୍ରଶାନ୍ତ ଘୋଷ, ରାଧାକୃଷ୍ଣ ଜିୟୁ ଟ୍ରଷ୍ଟର ସଭାପତି ତ୍ରିଲୋଚନ କର ଏବଂ ଛୟାଳିୟା ବାସନ୍ତୀ ପୂଜା କମିଟି ପକ୍ଷରୁ ନଗେନ୍ଦ୍ର ମହାନ୍ତି, ନିରଞ୍ଜନ ହଟେଇ ଓ ବ୍ରହ୍ମାନନ୍ଦ କର ଆଦି ପ୍ରମୁଖ ପରିଚାଳନା କରିଥିଲେ।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment