ବୌଦ୍ଧ (ହୃଦାନନ୍ଦ ମେହେର) କୋଭିଡ.୧୯ ର ସମ୍ପୂର୍ଣ୍ଣ ଟୀକା କରଣ ପାଇଁ ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଆନ୍ତର୍ଜାତୀୟ ସ୍ତରର ସ୍ବେଛାସେବୀ ଅନୁଷ୍ଠାନ ପ୍ଲାନ ଇଣ୍ଡିଆର ମିଳିତ ଉଦ୍ୟମରେ ସମସ୍ତ ସ୍କୁଲ ଓ କଲେଜ କୁ ଯାଇ ଭ୍ରାମ୍ୟମାଣ ଗାଡ଼ିରେ କରୋନା ଟୀକା କରଣ କରାଯାଉଛି । ଆଜି ବୌଦ୍ଧ ସହରାଞ୍ଚଳର ରାମେଶ୍ୱର ବିହାର ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ୮୭ ଜଣ ଛାତ୍ରୀ ଙ୍କୁ ଟୀକାକରଣ ରେ ସାମିଲ କରାଯାଇଥିଲା । ସେହିପରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମଧ୍ୟ ଟୀକା ଦାନ ଶିବିର ଆୟୋଜନ କରାଯାଇ ୪୩ ଜଣ ଛାତ୍ର ଛାତ୍ରୀ ଙ୍କୁ ଟୀକା ଦିଆଯାଇ କୋଭିଡ ୧୯ ଉପରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ଲାନ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ସଂଜିତ ପଟ୍ଟନାୟକ, ସୁଶାନ୍ତ କୁମାର ମଣ୍ଡଳ ଏବଂ ଲୋପାମୁଦ୍ରା ସାହୁ ପ୍ରମୁଖ ଯୋଗ ଦେଇ ଟୀକା ଦାନ ଶିବିର କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଟି ବୌଦ୍ଧ ଜିଲ୍ଲା ର ସମସ୍ତ ସ୍କୁଲ ଓ କଲେଜ କୁ ସାମିଲ କରାଇବା ପାଇଁ ପ୍ଲାନ ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment