ସୁବର୍ଣ୍ଣପୁର (ଗଣପତିବାଘ)ସୁବର୍ଣ୍ଣପୁର ରେ ମୁକୁଟବିହିନ ସମ୍ରାଟ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଆଜି ସୋନପୁର ସହରରେ ଥିବା ବିଜୁପଟ୍ଟନାୟକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏକ ଶୋଭାଯାତ୍ରା କରାଯାଇଛି । ଏଥିରେ ସୋନପୁର ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଯୋଗଦେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହରର ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଗଙ୍ଗାଧର ମେହରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ଏଥିରେ ଜିଲ୍ଲାର ଶତାଧିକ ବିଜୁ ପ୍ରେମୀ ସାମିଲ ହୋଇଥିବା ବେଳେ ବିଜୁ ପଟ୍ଟନାୟକ ଅମର ରହେ ସ୍ଲୋଗାନରେ କମ୍ପିଉଠିଥିଲା ସାରା ସହର । ବିଜୁ ବାବୁଙ୍କ ଓଡିଶା ପ୍ରତି ତ୍ୟାଗ ଓ ବଳିଦାନ କୁ ମନେ ପକାଇବା ସହିତ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସାଧାରଣ ଲୋକଙ୍କୁ ଆହ୍ବାନ କରିଥିଲେ ସୋନପୁର ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଝାରୀ ।
ସୁବର୍ଣ୍ଣପୁର ରେ ବିଜୁ ଜୟନ୍ତି ପାଳନ
ଆଜତକ ଓଡ଼ିଶା
0
Post a Comment