ବିନିକା ମହାନଦୀ ପୋଲ ଉପରୁ ଡେଇଁ ଯୁବକ ଗୁରୁତର


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରୁ ନଦୀକୁ ଡେଇଁ ଜଣେ ଯୁବକ ଗୁରୁତର ।ଆଜି ସଂନ୍ଧ୍ୟାରେ ଜଣେ ଯୁବକ ବିନିକା ସହର ନିକଟରେ ଥିବା ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ପଡିଥିଲେ ।ସ୍ଥାନୀୟ ଲୋକ ଯୁବକଙ୍କୁ ଦେଖି ତୁରନ୍ତ ବିନିକା ଦମକଳବାହିନୀକୁ ଖବର ଦେଇଥିଲେ ।ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ଯାଇଛି ।ତେବେ ଯୁବକ ଜଣକ ଅନ୍ତର୍ଡା ଆମ୍ବପାଲି ଗାଁର ରୋହିତ ସୁନା ନାମକ ବୋଲି ଜଣା ପଡିଥିବା ବେଳେ ଯୁବକ ଜଣକ କେଉଁ କାରଣରୁ ମହାନଦୀକୁ ଡେଇଁଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ । ବିନିକା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ଅନୁସନ୍ଧାନ ଜାରୀ ରଖିଛି ।

Post a Comment

Previous Post Next Post