କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ପ୍ରେସ ବିଜ୍ଞପ୍ତି ,ପ୍ରେସକ୍ଲବ ତରଫରୁ ନିନ୍ଦା ପ୍ରସ୍ତାବ



କଣ୍ଟାବାଞ୍ଜି ,(ଆଜତକ୍ ଓଡ଼ିଶା) ଆଜି କଣ୍ଟାବାଞ୍ଜି ପ୍ରେସକ୍ଲବ ତରଫରୁ ସ୍ଥାନୀୟ ପ୍ରେସକ୍ଲବ ପରିସରରେ ଏକ ଜରୁରୀ ବୈଠକ ଡକା ଯାଇଥିଲା ଯେଉଥିରେ ସଭାପତି ପ୍ରଭଜିତ ସିଂ ସାଲୁଜା ସଭାପତିତ୍ୱ କରିଥିଲେ ଏବଂ ସମ୍ପାଦକ ସୁବ୍ରତ ମହାକୁର ସଭା ପରିଚାଳନା କରିଥିଲେ । ଗତ ତା ୧୬.୦୩.୨୦୨୨ ସ୍ଥାନୀୟ ହରିଭବନରେ ବିଜେଡି ତରଫରୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତି ରେ ପୌରାନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ କଣ୍ଟାବାଞ୍ଜି ବିଜେଡିର ବିଧାୟକ ପ୍ରାର୍ଥୀ ଅଜୟ ଦାସ ସର୍ବସାଧାରଣଙ୍କ ସମ୍ମୁଖରେ କଣ୍ଟାବାଞ୍ଜି ପ୍ରେସକ୍ଲବ ବିଷୟରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସାମ୍ନାକୁ ଆସିଛି । ଯାହାକୁ କଣ୍ଟାବାଞ୍ଜି ପ୍ରେସକ୍ଲବ ଖଣ୍ଡନ କରିଛି ।


 ପ୍ରେସକ୍ଲବ ସର୍ବଦା ସେବା କାର୍ଯ୍ୟ କରି ଆସିଛି । ଅଜୟ ଦାସଙ୍କ ଏହି ମନ୍ତବ୍ୟକୁ କଣ୍ଟାବାଞ୍ଜି ପ୍ରେସକ୍ଲବ ଦୃଢ଼ ନିନ୍ଦା କରିବା ସହିତ ଏକ ନିନ୍ଦା ପ୍ରସ୍ତାବ ଆଗତ କରିଛି ଓ ବିଜେଡ଼ିର କଣ୍ଟାବାଞ୍ଜି ଅଞ୍ଚଳର ସମସ୍ତ କାର୍ଯ୍ୟକ୍ରମ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାର ସୂଚନା ମୁଖ୍ୟମନ୍ତ୍ରୀ, ସୁଶାନ୍ତ ସିଂ ଏବଂ କଣ୍ଟାବାଞ୍ଜି ସଭାପତି ଜଗନ୍ନାଥ ରାଓଙ୍କୁ ଜଣାଇବାର ନିଷ୍ପତ୍ତି ନିଆଗଲା । ଉକ୍ତ ବୈଠକରେ କଣ୍ଟାବାଞ୍ଜି , ତୁରେକେଲା, ବଙ୍ଗୋମୁଣ୍ଡା ଏବଂ ମୁରିବାହଲ ଅଞ୍ଚଳର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

Post a Comment

Previous Post Next Post