କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଗୁଡ଼ିଘାଟ ରାସ୍ତାର ଡଙ୍ଗାମରା ଛକରେ କଣ୍ଟାବାଞ୍ଜି ଥାନା ଅଧିକାରୀଙ୍କ ସ୍କର୍ପିଓ ଗାଡ଼ି (ଓଡି ୧୭ ସି ୫୧୬୫) ଓଲଟି ପଡ଼ିଛି। ଏଥିରେ ଥାନା ଅଧିକାରୀ ସତ୍ୟଜିତ କାନ୍ଦେନକଲ ଓ ୪ ଯବାନ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।
ପ୍ରକାଶ ଯେ, ଥାନା ଅଧିକାରୀ ଶ୍ରୀ କାନ୍ଦେନକଲ କୌଣସି କାମରେ ଗୁଡିଘାଟ ରାସ୍ତା ପଟେ ଯାଉଥିଲେ। ମଙ୍ଗଳବାର ରାତି ୮.୩୦ମିରେ ଡଙ୍ଗାମରା ଛକ ବୁଲାଣିରେ ଏକ ବାଇକ୍ ହଠାତ୍ ସାମ୍ନାକୁ ପଳାଇ ଆସିଥିଲା। ଫଳରେ ତାକୁ ବଞ୍ଚାଇବା ଉଦ୍ୟମ କରିବାରୁ ସ୍କର୍ପିଓଟି ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ଥାନା ଅଧିକାରୀ ଓ ୪ ଯାବାନ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଏସ୍ପିଓ ହୃଷୀକେଶ ମେହେର କହିଛନ୍ତି।
Post a Comment