କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଓଡ଼ିଶା ମ୍ୟୁଜିକ ପ୍ରୀମିୟର ଲିଗ୍ କ୍ରିକେଟ ସିଜନ୍ -୭ ଭୁବନେଶ୍ୱର ଠାରେ ଓଡ଼ିଆ ମ୍ୟୁଜିକ୍ ଆର୍ଟିଷ୍ଟ ୱାଲଫେୟର ଆଶୋସେଶନ ( ଓମାବା ) ତରଫ ରୁ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଜିଲ୍ଲାରୁ କଳାକାର ମାନଙ୍କ ୧୬ ଟି ଟିମ୍ ଅଂଶଗ୍ରହଣ କରିଥିଲେ ଓ ତିନିଦିନ ଧରି କ୍ରିକେଟ ମ୍ୟାଚ ହୋଇଥିଲା। ବଲାଙ୍ଗିର ରକଷ୍ଟାର ୱାରିଆର ଓ ହ୍ୟୁମାନ ଇଲେଭେନ୍ ଫାଇନାଲ ରେ ପହଞ୍ଚିଥିଲେ । ଫାଇନାଲ ମ୍ୟାଚ ରେ ରକଷ୍ଟାର ୱାରିଆର ଟସ ଜିତି ବୋଲିଙ୍ଗ କରିବା ପାଇଁ ନିନ୍ୟାୟ ନେଇଥିଲେ ଓ ହ୍ୟୁମାନ ଇଲେଭେନ୍ ବ୍ୟାଟିଙ୍ଗ କରିଥିଲେ ୬ ଓଭର୍ ରେ ୭୯ ରନ ସହିତ ୪ ୱିକେଟ ହରାଇ ଥିଲେ ପରେ ରକଷ୍ଟାର ୱାରିଆର ମଧ୍ୟ ୬ ଓଭର୍ ରେ ୭୯ ରନ ସହିତ ୪ ୱିକେଟ ହରାଇ ସମାନ ରନ କରିଥିବାରୁ ସୁପର ଓଭର ଖେଳିଥିଲେ । ରକଷ୍ଟାର ୱାରିଆର ବ୍ୟାଟିଙ୍ଗ ୧ ଓଭର ରେ ୨୦ ରନ୍ କରିଥିଲେ ଓ ହ୍ୟୁମାନ ଇଲେଭେନ୍ ୧ ରନ କରିଥିବାରୁ ରକଷ୍ଟାର ୱାରିଆର ବିଜୟ ହୋଇଥିଲେ ।
ଫାଇନାଲ ମେନ୍ ଅଫ ଦ ମ୍ୟାଚ ପ୍ରସାନ୍ତ ପାଇଥିବା ବେଳେ ମେନ୍ ଅଫ ଦ ସିରିଜ୍ ରୁକୁ ସୁନା ପାଇଥିଲେ । ଟିମ୍ ତରଫରୁ ଅଂଶଗ୍ରହଣ କରିଥିବା ସଦସ୍ୟ ମାନଙ୍କ ମଧ୍ୟରୁ ହେଲେ ପଙ୍କଜ ଜାଲ , ରୁକୁ ସୁନା, ଲକ୍ଷ୍ମଣ ନନ୍ଦ , ଅଞ୍ଜନ କୁମାର , ରାଜ, ଜିତେନ୍ କିଙ୍ଗ , କଟପା କାଲୁ, ରିକି , ଶୋଭିତ ତାଣ୍ଡି , ମନୋଜ, ପ୍ରଶାନ୍ତ, ଜେପି, ଜଗମୋହନ ତାଣ୍ଡି , ଆର୍ ଜେ ମନିସ , ଗଣେଷ, ଅନିଲ , ବିଶ୍ୱଜିତ୍ ଜେନା , ସିପ୍ରା , ଜ୍ୟୋତ୍ସ୍ନା , ଶ୍ରୀସାହୁ, ଆଇଶା, ଅଭିପଶା,ଓ ଶ୍ରୀକାନ୍ତ । ରକଷ୍ଟାର ୱାରିଆର ଜିତି ଥିବାରୁ ପଶ୍ଚିମ ଓଡ଼ିଶାର ସମସ୍ତ କଳାକାର ମାନଙ୍କ ଶୁଭେଚ୍ଛା ସହିତ ଖୁସି ର ଲହରୀ ଖେଳିଯାଇଛି ।
Post a Comment