ଝସକେତନ ବଘାର ହେଲେ ସୁବର୍ଣ୍ଣପୁର ଜିଲ୍ଲାର ନୁତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ


ସୁବର୍ଣ୍ଣପୁର (ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଦଳର ଝସକେତନ ବଘାର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।ଚଳିତ ନିର୍ବାଚନରେ ଶାସକ ବିଜେଡି ଦଳ ୧୩ଟି ଆସରୁ ୧୧ଟି ଆସନ ଜିତିଥିବା ବେଳେ ଅଧ୍ୟକ୍ଷା ଭାବେ ସୁପାର ଠେଲା ନିର୍ବାଚିତ ହୋଇଥିଲେ ।ଆଜି ଉପାଧ୍ୟକ୍ଷ ନିର୍ବାଚନରେ ଉଲୁଣ୍ଡା ଜୋନ ୨ ର ଜିଲ୍ଲା ପରିଷଦ ସଭ୍ୟ ଝକକେତନ ବଘାର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଝସକେତନ ବଘାର ଉଲୁଣ୍ଡା ବ୍ଲକ ଚେୟାରମେନ ଥିବା ବେଳେ ବିଜେଡି ଦଳର ଏକ ବରିଷ୍ଠ କାର୍ଯ୍ୟକର୍ତ୍ତା ଥିଲେ ।ଆଜି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକମାନଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ଜିଲ୍ଲାର ବିକାଶ ଦିଗରେ କାମ କରିବେ ବୋଲି କହିଛନ୍ତି ।

Post a Comment

Previous Post Next Post